www.samajalive.in
Monday, December 8, 2025
20.1 C
Bhubaneswar

୩୧ ମାର୍ଚ୍ଚରେ ଶେଷ ହେବ ଅମୃତ-କଳସ ସ୍କିମ୍

ନୂଆଦିଲ୍ଲୀ : ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ସ୍ବତନ୍ତ୍ର ଫିକ୍ସଡ ଡିପୋଜିଟ୍ ସ୍କିମ୍ ଅମୃତ କଳସ ଚଳିତ ମାସ ଶେଷ ଅର୍ଥାତ୍ ମାର୍ଚ୍ଚ ୩୧ ତାରିଖରେ ସମାପ୍ତ ହୋଇଯିବ । ଏହି ସ୍କିମ୍ ଅନୁସାରେ ସିନିୟର ସିଟିଜନ(ବରିଷ୍ଠ ନାଗରିକ)ଙ୍କୁ ଏଫଡିରେ ୭.୬୦ ପ୍ରତିଶତ ଏବଂ ଅନ୍ୟମାନଙ୍କୁ ୭.୧୦ ପ୍ରତିଶତ ବାର୍ଷିକ ସୁଧ ଦିଆଯାଉଛି । ଏହି ଫିକ୍ସଡ ଡିପୋଜିଟ ସ୍କିମରେ ୪୦୦ ଦିନ ପାଇଁ ନିବେଶ କରିବାକୁ ହୋଇଥାଏ । ଯଦି ଆପଣ ଏଫଡିରେ ସୁଧ ଅଧିକ ଚାହୁଁଛନ୍ତି ତେବେ ଏହି ସ୍କିମରେ ନିବେଶ କରିପାରିବେ ।

ଏହା ଏକ ସ୍ବତନ୍ତ୍ର ରିଟେଲ ଟର୍ମ ଡିପୋଜିଟ୍ ବା ଏଫଡି । ଏଥିରେ ବରିଷ୍ଠ ନାଗରିକଙ୍କୁ ୭.୬୦ ପ୍ରତିଶତ ଏବଂ ସାଧାରଣ ନାଗରିକଙ୍କୁ ୭.୧୦ ପ୍ରତିଶତ ହାରରେ ସୁଧ ମିଳିଥାଏ । ଏଥିରେ ସର୍ବାଧିକ ୨ କୋଟି ଟଙ୍କାର ଏଫଡି କରିହୁଏ । ଅମୃତ କଳସ ସ୍କିମ ଅନୁସାରେ ଆପଣଙ୍କୁ ସୁଧର ପୈଠ ପ୍ରତି ମାସିକ, ପ୍ରତି ତ୍ରୈମାସିକ ଏବଂ ପ୍ରତି ୬ ମାସରେ କରାଯାଏ । ଆପଣ ନିଜ ସୁବିଧା ଅନୁସାରେ ଏଫଡି ସୁଧର ପୈଠ ନିର୍ଦ୍ଧାରିତ କରିପାରିବେ । ଆପଣ ଏଥିରେ ଅନଲାଇନ୍ ବା ଅଫଲାଇନରେ ନିବେଶ କରିପାରିବେ ।

- Advertisement -

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories