www.samajalive.in
Monday, December 8, 2025
27.1 C
Bhubaneswar

ଅସନ୍ତୁଷ୍ଟ ଶତ୍ରୁଘ୍ନ କଂଗ୍ରେସ ହାତ ଧରିବେ

ନୂଆଦିଲ୍ଲୀ: ବିଜେପିର ଅସନ୍ତୁଷ୍ଟ ନେତା ତଥା ପାଟଣା ସାହିବ ସାଂସଦ ଶତ୍ରୁଘ୍ନ ସିହ୍ନା ମାର୍ଚ୍ଚ ୨୮ରେ କଂଗ୍ରେସରେ ଯୋଗଦେବେ। ବହୁ ପୂର୍ବରୁ ସେ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏବେ ସେଥିରେ କଂଗ୍ରେସ ମୋହର ମାରିଛି। ବିହାର କଂଗ୍ରେସ ଅଭିଯାନ ସମିତି ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଅଖିଳେଶ ଯାଦବ ସମ୍ବାଦଦାତାମାନଙ୍କ ସହ ଆଲୋଚନା ସମୟରେ ସ୍ପଷ୍ଟ କରିଛନ୍ତି ଯେ ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ସାମିଲ ହେବେ। ସିହ୍ନା ବିଜେପିରେ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କୁ ଲଗାତାର ସମାଲୋଚନା କରିଆସୁଥିଲେ। ଶତ୍ରୁଘ୍ନଙ୍କ ସ୍ଥାନରେ ପାଟଣା ସାହିବରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଟିକେଟ ମିଳିଛି। ଉଭୟ ରବିଶଙ୍କର ଓ ଶତ୍ରୁଘ୍ନ କାୟସ୍ଥ ବର୍ଗର ଓ ସେହି ସିଟରେ କାୟସ୍ଥ ବର୍ଗର ଅଧିକ ଭୋଟର ଅଛନ୍ତି। ଶତ୍ରୁଘ୍ନ ଟ୍ୱିଟ କରିଛନ୍ତି ଯେ କଂଗ୍ରେସଯୁକ୍ତ ଭାରତ ପାଇଁ ସମୟ ଆସିଗଲାଣି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories