www.samajalive.in
Monday, December 8, 2025
20.1 C
Bhubaneswar

ଶରତ ପଟ୍ଟନାୟକ ପରବର୍ତ୍ତୀ ପିସିସି ମୁଖ୍ୟ !

ନୂଆଦିଲ୍ଲୀ  (ଶକ୍ତି ପ୍ରସାଦ ନାୟକ) : ପ୍ରଦେଶ କଂଗ୍ରେସ କମିଟିର ପରବର୍ତ୍ତୀ ସଭାପତି ଲାଗି ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କ ନାମ ସୁପାରିସ ହୋଇଥିବା ଜଣାପଡ଼ିଛି। ଏଆଇସିସି ସୂତ୍ର ଅନୁଯାୟୀ ଗୁରୁବାର ସଂଧ୍ୟାରେ ଅଖିଳ ଭାରତ କଂଗ୍ରେସ କମିଟିର ସାଧରଣ ସମ୍ପାଦକ (ସଂଗଠନ) କେ.ସି. ଭେନୁଗୋପାଳ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ସଭାପତି ଘୋଷଣା ଲାଗି ଶ୍ରୀ ପଟ୍ଟନାୟକଙ୍କ ନାମ ଅନୁମୋଦନ ନିମନ୍ତେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଫାଇଲ ପଠାଇଛନ୍ତି। କଂଗ୍ରେସ ହାଇକମାଣ୍ଡଙ୍କ ଅନୁମୋଦନ ପରେ ତାଙ୍କ ନାମ ଖୁବ୍‍ଶୀଘ୍ର ଘୋଷଣା କରାଯିବ। ତେବେ ଚଳିତ ଥର ଜଣିକିଆ ନାମ ସୁପାରିସ ହୋଇଥିବା ଜଣାପଡ଼ିଛି। ପ୍ରଥମେ ପିସିସି ସଭାପତି ନାମ ଘୋଷଣା ଏବଂ କିଛି ଦିନ ପରେ କାର୍ଯ୍ୟକାରୀ ସଭାପତି ନାମ ଘୋଷଣା ସମ୍ଭାବନା ରହିଛି। ରାଜସ୍ଥାନର ଉଦୟପୁରଠାରେ କଂଗ୍ରେସ ଚିନ୍ତନ ଶିବିର ସମାପ୍ତ ପରେ ଗୁରୁବାର ଅପରାହ୍ନ ୩ଟାରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ଭେନୁଗୋପାଳ ଏବଂ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ଼ ଚେଲାକୁମାରଙ୍କ ମଧ୍ୟରେ ୩୦ ମିନିଟ ଧରି ନୂତନ ପିସିସି ସଭାପତି ନିଯୁକ୍ତି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ପରେ ଶ୍ରୀ ଭେନୁଗୋପାଳ ନୂତନ ପିସିସି ସଭାପତି ନାମ ଅନୁମୋଦନ ସମ୍ପର୍କିତ ଫାଇଲ କଂଗ୍ରେସ ଅଧ୍ୟକ୍ଷାଙ୍କ ନିକଟକୁ ପଠାଇଥିଲେ। କଂଗ୍ରେସ ସୂତ୍ର ଅନୁସାରେ ଯେକୌଣସି ସମୟରେ ଓଡ଼ିଶା କଂଗ୍ରେସର ନୂଆ ମଙ୍ଗୁଆଳ ନାମ ଘୋଷଣା ହୋଇପାରେ। ଯଦିଓ ରାହୁଳ ଗାନ୍ଧୀଙ୍କ ସହ ନିଜେ କଂଗ୍ରେସ ସାଧାରଣ ସମ୍ପାଦକ ଭେନୁଗୋପାଳ ଆଲୋଚନା କରି ଅନୁମୋଦନ ଫାଇଲ ପଠାଇଥିବା ବିଷୟରେ କୁହାଯାଉଛି ତଥାପି ହୁଏତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓଡ଼ିଶା ପିସିସି ସଭାପତି ନିଯୁକ୍ତି ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ରାହୁଳଙ୍କ ମତାମତ ଜାଣିବା ନିମନ୍ତେ ସେ ସ୍ୱଦେଶ ଫେରିବାକୁ ଅପେକ୍ଷା କରିପାରନ୍ତି। ସମ୍ପ୍ରତି ରାହୁଳ ଗାନ୍ଧୀ ଲଣ୍ଡନ ଗସ୍ତରେ ରହିଥିବାରୁ ନୂତନ ପିସିସି ନାମ ଘୋଷଣାରେ ସାମାନ୍ୟ ବିଳମ୍ବ ଘଟୁଛି ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି। ଯଦି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଶରତ ପଟ୍ଟନାୟକଙ୍କ ନାମ ଘୋଷଣା ହୁଏ ତେବେ ସେ ଦ୍ୱିତୀୟ ଥର ଲାଗି ରାଜ୍ୟ କଂଗ୍ରେସର ମଙ୍ଗ ଧରିବେ। ବଲାଙ୍ଗୀରର ପୂର୍ବତନ ଲୋକସଭା ସଦସ୍ୟ ଶରତ ପଟ୍ଟନାୟକ ୨୦୦୧ ଅକ୍ଟୋବରରୁ ୨୦୦୪ ଜାନୁଆରୀ ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଦାୟିତ୍ୱ ତୁଲାଇଥିଲେ। ଦୀର୍ଘ ୧୮ ବର୍ଷ ପରେ ସେ ପୁଣି ଥରେ ପିସିସି ସଭାପତି ଦାୟିତ୍ୱ ଗ୍ରହଣ କରିବେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories