www.samajalive.in
Monday, December 8, 2025
27.1 C
Bhubaneswar

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମ ‘ସଙ୍ଗୀତାୟନ’

ଭୁବନେଶ୍ୱର : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ‘ସଙ୍ଗୀତାୟନ’ ସ୍ଥାନୀୟ ମହାବିଦ୍ୟାଳୟ ପ୍ରେକ୍ଷାଳୟ ରେ ଅନୁଷ୍ଠିତ ହୋଇଯାଇଛି । ଏହି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ, ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥି ଭାବେ, ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ବିଶିଷ୍ଟ ଅତିଥି ଯୁଗ୍ମ ଶାସନ ସଚିବ ଦେଵପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ବିଜୟ କୁମାର ଜେନା ଏଥି ସହିତ ବିଶିଷ୍ଟ ନାଟକ ନିର୍ଦେଶକ ଓ କେନ୍ଦ୍ର ନାଟକ ଏକାଡେମୀ ପୁରସ୍କୁତ ମନୋଜ ପଟ୍ଟନାୟକ ଦୂରଦର୍ଶନ ଅବସର ପ୍ରାପ୍ତ ନିର୍ଦେଶକ ମିହିର ମେହେର, ମୟୁରନୃତ୍ୟ ଏକାଡେମୀ ଗୁରୁ ପ୍ରଦୀପ ମିଶ୍ର, ଅବସର ପ୍ରାପ୍ତ ପ୍ରଧ୍ୟାପକ ରାକ କୁମାର ପ୍ରଧାନ ସଚିବ,ଦୀପିକା ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ବଂଶୀ ଏକକ ବାଦନ, ବେହେଲା ଯୁଗଳ ବନ୍ଦୀଓ ମର୍ଦ୍ଧଳ ଏକକ ବାଦନ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ବରିଷ୍ଠ ଗୁରୁମାନେ ନିର୍ଦ୍ଦେଶନା ଓ ପରିଚାଳନା କରିଥିଲେ।

ଏହି ଅବସରରେ ବଂଶୀ ଏକକ ବାଦନ ଦୀପଙ୍କର ପରିଡା ଶିଳ୍ପୀ, ତବଲା ବିଶ୍ଵରଞ୍ଜନ ନନ୍ଦ,  ବଂଶୀ ବାଦନ ଯୁଗଳବନ୍ଦୀ ଶିଳ୍ପୀ ଅଭିରାମ ସ୍ୱାଇଁ, ବିଶ୍ଵଦେବ ମଲ୍ଲିକ, ଅର୍ପିତା ନାୟକ ମନସ୍ବିନୀ. ତାବେଲା ରେ ସହଯୋଗ କରିଥିଲେ ବିଶ୍ଵ ରଞ୍ଜନ ନନ୍ଦ.ସହ ନିର୍ଦେଶ କ ଦେଇଥିଲେ ଗୁରୁ ଶ୍ରୀନିବାସ ଶତପଥୀ, ବେହେଲା ରେ ଯୁଗଳ ବନ୍ଦୀ ପରିବେଷଣ କରିଥିଲେ ଶିଳ୍ପୀ ବିଷ୍ଣୁପଦ ବାରିକ, ସରଜୋନୀସାହୁ, ତବଲା ରେ ସହଯୋଗ କରିଥିଲେ ଗୁରୁ ମାତୃ ପ୍ରସାଦ ପଣ୍ଡା. ନିର୍ଦେଶକ ଗୁରୁ ପ୍ରଶାନ୍ତ କୁମାର ପାଢ଼ୀ, ମର୍ଦ୍ଦଳ ଏକକ ବାଦନ ପରିବେଷଣ କରିଥିଲେ ଶିଳ୍ପୀ ସୌମକାନ୍ତ ମଲ୍ଲିକ. ହାରମୋନିୟମ ରେ ଗୁରୁ ମୁରଲିଧର ସ୍ୱାଇଁ ଓ ବଂଶୀ ରେ ସମ୍ବିତ ପଟ୍ଟନାୟକ ମଞ୍ଜିରା ସୁଦର୍ଶନ ସାହୁ ସହଯୋଗ କରିଥିଲେ ନିର୍ଦ୍ଦେଶନା ଗୁରୁ ଶ୍ରୀ ବିଭୁତି ଭୂଷଣ ବଳବନ୍ତ ରାୟ। ମଞ୍ଚ ପରିଚାଳନା କରିଥିଲେ ନିବାସ ଘଟୁଆର

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories