ଭବାନୀପାଟଣା: ସହରର ଜନୈକା ନାବାଳିକା, ତିୱାରୀ ଡେଲି ନିଡ୍ସରୁ କିଛି ସାମଗ୍ରୀ କିଣିବାକୁ ଯାଇଥିବା ବେଳେ ଦୋକାନ ମାଲିକ ହୋସଲା ପ୍ରସାଦ ତିୱାରୀ ନାବାଳିକାକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହେଇଥିଲା।
ଭବାନୀପାଟଣା ଟାଉନ ଥାନାରେ ଗତ ୧୭ ମାର୍ଚ୍ଚ ୨୦୨୦ ରେ ପୀଡ଼ିତାର ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଆଜି ଏହି ମାମଲାର ଶୁଣାଣି କରି ପୋକ୍ସ କୋର୍ଟ ବିଚାରପତି ସ୍ମୃତିଲେଖା ବାରିକ, ଦୋଷୀକୁ ତିନିବର୍ଷ ସଶ୍ରମ କାରାଦଣ୍ଡ ସହିତ ୪,୫୦୦ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ରୋହିତ କୁମାର ମିଶ୍ର ପରିଚାଳନା କରୁଥିଲେ।



