www.samajalive.in
Monday, December 8, 2025
20.1 C
Bhubaneswar

ଚିନ୍ତାରେ ଦବଙ୍ଗ ଖାନ୍

ଲକ୍-ଡାଉନ୍ ସମୟରେ ସାଙ୍ଗସାଥି ଓ ପରିବାରର କେତେଜଣ ସଦସ୍ୟଙ୍କ ସହ ସୁଲତାନ୍ ସଲମାନ୍ ଖାନ୍ ନିଜ ଫାର୍ମ ହାଉସ୍‌ରେ ରହିଥିଲେ। ସେହି ରହଣି ସମୟରେ ଆଗାମୀ ଚଳଚ୍ଚିତ୍ର ‘ରାଧେ’ର ପୋଷ୍ଟ ପ୍ରଡକ୍ସନ୍ କାମ ମଧ୍ୟ ସେ ସାରିଥିବାର ଜଣାପଡ଼ିଛି। ବହୁ ଚର୍ଚ୍ଚିତ ରିୟାଲିଟି ଶୋ’ ବିଗ୍ ବସ୍-୧୪ର ସୁଟିଂକୁ ନେଇ ସଲମାନ୍ ଏବେ ଚିନ୍ତାରେ। କାରଣ ଏବେ ସେ ମୁମ୍ବଇର ଗ୍ୟାଲାକ୍ସି ଆପାର୍ଟମେଣ୍ଟରେ ସପରିବାର ରହୁଛନ୍ତି। ବୟସ୍କ ବାପା, ମା ଓ ସାନ ଭଉଣୀ ଅର୍ପିତାଙ୍କ ଝିଅ ଆୟାତ୍୍ର ସ୍ବାସ୍ଥ୍ୟକୁ ନେଇ ସଲମାନ୍ ଖୁବ୍ ସଚେତନ। ଏଥିପାଇଁ ସେ ସୁଟିଂରେ ଯୋଗ ଦେବାକୁ ଚାହୁଁନଥିଲେ। ବହୁ ଚିନ୍ତା କରିବା ପରେ ସେ ବିଗ୍ ବସ୍ ସୁଟିଂ ପାଇଁ ରାଜି ହୋଇଥିବାର ୟୁନିଟ୍ ସଦସ୍ୟ କହିଛନ୍ତି। ଆପାର୍ଟମେଣ୍ଟର ଅନ୍ୟ ଏକ ଭାଗରେ ସେ ବିଗ୍ ବସ୍ ସୁଟିଂ ଶେଷ ପର୍ଯ୍ୟନ୍ତ ରହିବେ। ସଲମାନ୍ ଫାର୍ମ ହାଉସ୍‌ରେ ଥିବା ସମୟରେ ତାଙ୍କ ମା’ ଖୁବ୍ ବ୍ୟସ୍ତ ହେଉଥିଲେ। ତାହା ଅନ୍ୟତମ କାରଣ, ସଲମାନ୍ ସେଠାରୁ ଯଥା ଶୀଘ୍ର ଫେରିଆସିବାକୁ ଯୋଜନା କରିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories