www.samajalive.in
Monday, December 8, 2025
20.1 C
Bhubaneswar

ସେଣ୍ଟ ଆଣ୍ଡ୍ର୍ୟୁଜ୍‌ ବିଶ୍ଵବିଦ୍ୟାଳୟରେ ଛାତ୍ରୀଙ୍କୁ ବଳାତ୍କାର, ସୋସିଆଲ ମିଡିଆରେ ପୀଡ଼ିତାଙ୍କ ଅଭିଯୋଗ

ଲଣ୍ଡନ: ଦୁନିଆର ସବୁଠୁ ପୁରୁଣା ଏବଂ ପ୍ରତିଷ୍ଠିତ ବିଶ୍ଵବିଦ୍ୟାଳୟର ପରିଚୟ ପାଇଥିବା ସେଣ୍ଟ୍‌ ଆଣ୍ଡ୍ର୍ୟୁଜ୍‌ ବିଶ୍ଵବିଦ୍ୟାଳୟ ଏବେ ଚର୍ଚ୍ଚାରେ। ଏହି ବିଶ୍ଵବିଦ୍ୟାଳୟରେ ଏକାଧିକ ଛାତ୍ରୀଙ୍କୁ ବଳାତ୍କାର ସହିତ ଯୌନ ଶୋଷଣ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ପୀଡ଼ିତାମାନେ ନିଜର ଦୁଃଖଦ ଅନୁଭୂତି ବଖାଣିବା ପରେ ବିଶ୍ଵବିଦ୍ୟାଳୟର ଯୌନ କେଳେଙ୍କରୀ ପଦାରେ ପଡ଼ିଛି।

ସୂଚନା ଅନୁସାରେ ଇନଷ୍ଟାଗ୍ରାମରେ ‘ସେଣ୍ଟ ଆଣ୍ଡ୍ର୍ୟୁଜ୍‌ ସର୍ଭାଇଭର’ ନାମରେ ଏକ ପେଜ୍‌ ଖୋଲାଯାଇଛି। ଏଥିରେ ବହୁ ଛାତ୍ରୀ ନିଜର ପରିଚୟ ଗୋପନ ରଖି ନିଜ ସହିତ ଅତୀତରେ ଘଟିଥିବା ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ୧୨ରୁ ଅଧିକ ଛାତ୍ରୀ ବଳାତ୍କାରର ଶିକାର ହୋଇଥିବା କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଛାତ୍ରୀ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ ସମୟରେ ସାମ୍ନା କରିଥିବା ତିକ୍ତ ଅନୁଭୂତିକୁ ଉଲ୍ଲେଖ କରିଛନ୍ତି। ଅନେକ ଛାତ୍ରୀଙ୍କୁ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ବଳାତ୍କାର କରାଯିବା ସହିତ ମାରପିଟ୍‌ ଏବଂ ଯୌନ ଶୋଷଣ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।

- Advertisement -

ଅଭିଯୋଗ ସାମ୍ନାକୁ ଆସିବା ପ​‌ରେ ଏ ସମ୍ପର୍କରେ ବିଶ୍ଵବିଦ୍ୟାଳୟ ମୁଖପାତ୍ର କହିଛନ୍ତି, ମାମଲାର ତଦନ୍ତ ଲାଗି ଇନ୍‌ଷ୍ଟାଗ୍ରାମରେ ଯିଏ ପେଜ୍‌ ଖୋଲିଛନ୍ତି ତାଙ୍କ ସହିତ ଯୋଗାଯୋଗ କରାଯାଉଛି। ପ୍ରଶାସନ ଛାତ୍ରୀମାନଙ୍କୁ ସହାୟତା କରିବା ଲାଗି ଆଗକୁ ଆସିଛି। ପୁଲିସ ପକ୍ଷରୁ ମଧ୍ୟ ମାମଲାର ତଦନ୍ତ ଆରମ୍ଭ ହୋଇଛି। ଆଗାମୀ ଅଧିବେଶନରୁ ଏକ ବାଧ୍ୟତାମୂଳକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ, ଯେଉଁଥିରେ ଛାତ୍ରୀମାନଙ୍କୁ ଏପରି ଘଟଣାରୁ ବର୍ତ୍ତିବା ଲାଗି ଉପାୟ କୁହାଯିବ। ଏହାବ୍ୟତୀତ ସେମାନେ କେଉଁଠି ଏ ନେଇ ଅଭିଯୋଗ କରିବେ ତାହା ମଧ୍ୟ କୁହାଯିବ।

ଅଭିଯୋଗରେ ଆମେରିକୀୟ ଛାତ୍ର ଗୋଷ୍ଠୀଙ୍କ ନାମ

ଛାତ୍ରୀମାନେ କରିଥିବା ଅଭିଯୋଗ ଅନୁସାରେ ଏହି ଘଟଣାର ଆମେରିକାର ଏକ ଛାତ୍ର ଗୋଷ୍ଠୀ ସମ୍ପୃକ୍ତ ରହିଛନ୍ତି। ‘ଆଲ୍‌ଫା ଏପ୍ଲିସନ ପାଇ’ ନାମକ ଏହି ଛାତ୍ର ଗୋଷ୍ଠୀ ଉପରେ ପୂର୍ବରୁ ବି ଏଭଳି ଅଭିଯୋଗ ହୋଇଛି। ଆମେରିକାର ବି ଏହି ଛାତ୍ର ସଂଗଠନ ଏପରି କାର୍ଯ୍ୟରେ ଲିପ୍ତ ରହିଛି। ତେବେ ସମ୍ପୃକ୍ତ ଛାତ୍ର ଗୋଷ୍ଠୀ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

ସୂଚନାଯୋଗ୍ୟ, ସେଣ୍ଟ ଆଣ୍ଡ୍ର୍ୟୁଜ ବିଶ୍ଵବିଦ୍ୟାଳୟ ଦୁନିଆର ୩ୟ ସର୍ବବୃହତ୍‌ ବିଶ୍ଵବିଦ୍ୟାଳୟ। ପ୍ରିନ୍ସ ୱିଲିୟମ୍ସ ଏବଂ ଡଚେସ୍‌ ଅଫ କେମ୍ବ୍ରିଜ କ୍ୟାଥେରିନଙ୍କ ଭଳି ବ୍ୟକ୍ତିତ୍ଵ ଏଠାରେ ଅଧ୍ୟୟନ କରିଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍କଟଲାଣ୍ଡର ଏହି ବିଶ୍ଵବିଦ୍ୟାଳୟ ସବୁବେଳେ ଶୀର୍ଷରେ ରହିଥାଏ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories