www.samajalive.in
Monday, December 8, 2025
20.1 C
Bhubaneswar

ଢେଙ୍କିକୋଟରେ ସଡକ ସୁରକ୍ଷା ସଚେତନତା

ପାଟଣା : ପାଟଣା ଓ ଢେ଼ଙ୍କିକୋଟଠାରେ ବୁଧବାର କେନ୍ଦୁଝର ପରିବହନ ବିଭାଗ ପକ୍ଷରୁ ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ପଥପ୍ରାନ୍ତ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହକାରୀ ମୋଟର ଯାନ ନିରୀକ୍ଷକ ରମେଶ ଚନ୍ଦ୍ର ପଣ୍ଡା, କନିଷ୍ଠ ମୋଟର ଯାନ ନିରୀକ୍ଷକ କୃଷ୍ଣଚନ୍ଦ୍ର ବାନରା, ପାଟଣା ଥାନା ସବଇନ୍ସପେକ୍ଟର ଶିବଶଙ୍କର ଆଲଦା ଓ ଅରୂପ କୁମାର ସାମଲ ପ୍ରମୁଖଙ୍କ ଉପସ୍ଥିତିରେ ହୋଇଯାଇଛି। ଭୁବନେଶ୍ୱରର ଚେତନା ସଂସ୍ଥାର କଳାକାରମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଂପର୍କିତ ସଚେତନତା ସମ୍ବଳିତ ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା। ଚେତନା ସଂସ୍ଥାର ମାନସ ପାଢ଼ୀଙ୍କ ନେତୃତ୍ୱରେ କଳାକାର ରଞ୍ଜନ ସାମଲ, ଚକ୍ରଧର ସେଠି, ଚିନ୍ମୟ ଛାଟୋଇ, ତ୍ରିଲୋଚନ ସାହୁ, ବିଜୟ ମଲ୍ଲିକ, ବିନୋଦିନୀ ବିଶ୍ୱାଳ, ମାନସୀ ପୃଷ୍ଟି ଏବଂ ଲିଜା ପଟ୍ଟନାୟକଙ୍କ ଦ୍ଵାରା ନୃତ୍ୟ ଓ ନାଟ୍ୟ ମାଧ୍ୟମରେ ଉପସ୍ଥିତ ଶହଶହ ଦର୍ଶକଙ୍କୁ ସଡ଼କ ସୁରକ୍ଷା ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories