www.samajalive.in
Monday, December 8, 2025
27.1 C
Bhubaneswar

ବାଲିଗୁଡା କୋର୍ଟରେ ସବ୍ୟସାଚୀଙ୍କ ମାମଲାର ଶୁଣାଣୀ

ଫୁଲବାଣୀ/ବାଲିଗୁଡା : ଏଗାର ମାସର ବ୍ୟବଧାନରେ ମାଓନେତା ସବ୍ୟସାଚୀ ପଣ୍ଡା ପୁଣି କୋର୍ଟରେ ହାଜର ହୋଇଛନ୍ତି। କରୋନା କଟକଣା କାରଣରୁ ସମସ୍ତ ଅଦାଲତ ବନ୍ଦ ଥିବାରୁ ସବ୍ୟସାଚୀଙ୍କ ଶୁଣାଣି ବି ଏତେ ଦିନ ଧରି ହୋଇ ପାରି ନ ଥିଲା। ବୁଧବାର, ଗୁରବାର ଓ ଶୁକ୍ରବାର ଲଗାତାର ତିନି ଦିନ ଧରି ବାଲିଗୁଡା ଅତିରିକ୍ତ ଜିଲା ଦୌରା ଜଜ୍‍ଙ୍କ ଅଦାଲତରେ ସବ୍ୟସାଚୀଙ୍କ ବିରୋଧରେ ଥିବା ୫ଟି ବିଭିନ୍ନ ମାମଲାର ଶୁଣାଣୀ ହୋଇଛି। ଏଥି ମଧ୍ୟରୁ ଭ୍ରମରବାଡି ଉଦୟନାଥ ସାହୁ ହତ୍ୟା ମାମଲା, ସୁବର୍ଣ୍ଣଗିିର ଫାଣ୍ଡି ପୋଡି ମାମଲା, ମାଓବାଦୀଙ୍କ ଦ୍ୱାରା କୋଟଗଡ ବନ୍ଦ ବେଳେ ରାସ୍ତା ଅବରୋଧ ଓ କେରୁବାଡିଠାରେ ଲ୍ୟାଣ୍ଡମାଇନ ବିଛାଇବା ଭଳି ମାମଲା ରହିଛି। ଏହି ସବୁ ମାମଲାରେ ସମୂଦାୟ ୯ ଜଣ ସାକ୍ଷ୍ୟ ଦେଇଥିବା ଜଣାପଡିଛି। ସେହିଭଲି ସବ୍ୟସାଚିଙ୍କ ବିରୋଧରେ ରହିଥିବା ଅନ୍ୟତମ ପ୍ରମୂଖ ଓ ଚର୍ଚ୍ଚିତ ମାମଲା ବ୍ରାହ୍ମଣୀ ଗାଁ ନିକଟରେ ଲ୍ୟାଣ୍ଡମାଇନ ବିଷ୍ଫୋରଣରେ ଆମ୍ବୁଲାନ୍ସ ଉଡାଇବା ଘଟଣାରେ ଆଜି ତାଙ୍କ ବିରୋଧରେ ଚାର୍ଜ ଫ୍ରେମ ହୋଇଛି। ପରବର୍ତ୍ତି ସମୟରେ ଏହି ମାମଲାର ଶୁଣାଣୀ ହେବ। ସୂଚନାଯୋଗ୍ୟ, ଏହି ଲ୍ୟାଣ୍ଡମାଇନ ବିଷ୍ଫୋରଣ ଘଟଣାରେ ଏକ ଆମ୍ବୁଲାନ୍ସରେ ଯାଉଥିବା ୫ ଜଣଙ୍କ ମୃତ୍ୟୁ ହୋଇଥିଲା।

ପ୍ରକାଶଯୋଗ୍ୟ ଯେ, ପୂର୍ବରୁ ସବ୍ୟସାଚୀଙ୍କ ମାମଲାର ଶୁଣାଣୀ ଫୁଲବାଣୀ ଓ ବାଲିଗୁଡାଠାରେ ହେଉଥିବା ବେଳେ ଏବେ ସବୁ ମାମମଲାକୁ ବାଲିଗୁଡା ଏଡିଜେଙ୍କ ଅଦାଲତକୁ ସ୍ଥାନାନ୍ତର କରାଯାଇଛି। ବୁଧବାର ସବ୍ୟସାଚୀଙ୍କୁ କଡା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଅଣାଯାଇ ବାଲିଗୁଡାରେ ହାଜର କରାଯାଇଥିଲା। ତିନି ଦିନ ଧରି ତାଙ୍କୁ ସୁରକ୍ଷା ମଧ୍ୟରେ ବାଲିଗୁଡା କାରାଗାରରେ ରଖାଯାଇଥିଲା। ସବ୍ୟସାଚୀଙ୍କ ପରବର୍ତ୍ତୀ ଶୁଣାଣୀ ଆସନ୍ତା ଫେବୃଆରୀ ୨୪ ଓ୨୫ ତାରିଖକୁ ଧ୍ୟାର୍ଯ୍ୟ କରାଯାଇଥିବା ସରକାରଙ୍କ ପକ୍ଷରୁ ମାମଲାର ପରିଚାଳନା କରୁଥିବା ସରକାରୀ ଅଧିବକ୍ତା ବିଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

- Advertisement -

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories