www.samajalive.in
Monday, December 8, 2025
27.1 C
Bhubaneswar

ୟୁରୋପକୁ ଗ୍ୟାସ ଯୋଗାଣ ବନ୍ଦ କଲା ରୁଷ୍‌

ମସ୍କୋ/କିଭ୍‌: ୟୁକ୍ରେନ ଦେଇ ୟୁରୋପକୁ ରୁଷ୍‌ର ପାଇପ୍‌ଲାଇନ ଗ୍ୟାସ ଯୋଗାଣ ନୂଆବର୍ଷର ପ୍ରଥମ ଦିନରୁ ବନ୍ଦ ହୋଇଯାଇଛି। ଗ୍ୟାସ ଯୋଗାଣ ପାଇଁ ରୁଷ୍ କରିଥିବା ଟ୍ରାଞ୍ଜିଟ୍ ଡିଲ୍‌କୁ ନବୀକରଣ କରିବାକୁ ୟୁକ୍ରେନ ମନା କରିଦେଇଛି। ଟ୍ରାଞ୍ଜିଟ୍ ଡିଲ୍‌ ବୁଝାମଣା ନବୀକରଣ ହୋଇ ନପାରିବାରୁ ଗ୍ୟାସ ଯୋଗାଣ ବନ୍ଦ ହୋଇଛି। ଫଳରେ ୟୁରୋପର ଇନ୍ଧନ ଶକ୍ତି ବଜାରରେ ରୁଷ୍ ଯେଉଁ ଆଧିପତ୍ୟ ବିସ୍ତାର କରିଥିଲା ତାହା ବାଧାପ୍ରାପ୍ତ ହୋଇଛି। ୟୁକ୍ରେନ ସହିତ ତିନିବର୍ଷର ଯୁଦ୍ଧ ସତ୍ତ୍ବେ ରୁଷର ଗ୍ୟାସ ଯୋଗାଣ ଜାରି ରହିଥିଲା। ରୁଷ୍‌ର ଗ୍ୟାସ ଯୋଗାଣକାରୀ କମ୍ପାନୀ ଗାଜ୍‌ପ୍ରୋମ୍ କହିଛି ଯେ ଜାନୁଆରୀ ୧ରୁ ୟୁରୋପକୁ ଗ୍ୟାସ ଯୋଗାଣ ବନ୍ଦ ହୋଇଛି। ୟୁରୋପର ସ୍ଲୋଭାକିଆ ଓ ଅଷ୍ଟ୍ରିଆ ଭଳି ଦେଶ ରୁଷ୍ ଠାରୁ ଗ୍ୟାସ କ୍ରୟ କରୁଥିଲେ। ଏବେ ସେମାନେ ବିକଳ୍ପ ବ୍ୟବସ୍ଥା କରିଛନ୍ତି। ତେବେ ଅନ୍ୟତମ ରାଷ୍ଟ୍ର ହଙ୍ଗେରୀ ଅନ୍ୟ ବାଟ ଦେଇ ଗ୍ୟାସ କ୍ରୟ କରିବ ବୋଲି କହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories