www.samajalive.in
Monday, December 8, 2025
27.1 C
Bhubaneswar

ଆଜି ରିୟା ଓ ସୌଭିକଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ବଇ : ଆଜି ରିୟା ଓ ସୌଭିକଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ହେବ। ଡ୍ରଗ୍ସ ମାମଲାରେ ବମ୍ୱେ ହାଇକୋର୍ଟରେ ଏହି ଶୁଣାଣି ହେବ। ଗତ ସପ୍ତାହରେ କୋର୍ଟ ଏହି ରାୟ ସଂରକ୍ଷଣ କରିଥିଲେ। ନିମ୍ନ ଅଦାଲତରୁ ତାଙ୍କ ଆବେଦନକୁ ଦୁଇଥର ପ୍ରତ୍ୟାଖ୍ୟାନ କରାଯିବା ପରେ ଅଭିନେତ୍ରୀ ହାଇକୋର୍ଟରେ ଆବେଦନ କରିଥିଲେ। ସେପ୍ଟେମ୍ବର ୨ରେ ରିୟାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଥିଲା।

ଉଲ୍ଲେଖ ଯୋଗ୍ୟ, ରିୟା ଏବଂ ସୌଭିକଙ୍କ ଜାମିନକୁ ଏନସିବି ବିରୋଧ କରିଆସୁଛି।  କୋର୍ଟରେ ଦାଖଲ ହୋଇଥିବା ଏକ ସତ୍ୟପାଠରେ ରିୟା ଏବଂ ସୌଭିକ ଡ୍ରଗ୍ସ ସିଣ୍ଡିକେଟ୍ର ସକ୍ରିୟ ସଦସ୍ୟ ଅଟନ୍ତି ଏବଂ ବହୁ ଉଚ୍ଚ ସମାଜର ଲୋକ ତଥା ଡ୍ରଗ୍ସ ଯୋଗାଣକାରୀଙ୍କ ସହ ଜଡିତ ଥିଲେ। ସେମାନଙ୍କ ଉପରେ ଧାରା ୨୭ଏ ଲାଗୁ କରାଯାଇଛି, ତେଣୁ ସେମାନଙ୍କୁ ଜାମିନ ମିଳିବା ଉଚିତ୍ ନୁହେଁ ବୋଲି ଏନସିବି ଯୁକ୍ତି ଦର୍ଶାଇଛି ।  ଏନସିବି କହିଛି ଯେ, ରିୟା ଡ଼୍ରଗ କିଣିବା ପାଇଁ ସ୍ୱୀକାର କରିଛନ୍ତି। ସାମୁଏଲ ମିରାଣ୍ଡା, ଦୀପେଶ ସାୱନ୍ତ ଏବଂ ସୌଭିକଙ୍କ ଜରିଆରେ ସେ ଡ଼୍ରଗ୍ସ କିଣିଛନ୍ତି ବୋଲି ଏନସିବି କହିଛି।

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories