www.samajalive.in
Monday, December 8, 2025
27.1 C
Bhubaneswar

ଏଥର ଜନରାଜ୍ୟ ଦିବସରେ ମୁଖ୍ୟ ଅତିଥି ହେବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍ !

ନୂଆଦିଲ୍ଲୀ : ଆସନ୍ତା ୨୦୨୧ ଜନରାଜ୍ୟ ଦିବସ ପରେଡ ଉତ୍ସବ​‌ର ମୁଖ୍ୟ ଅତିଥି ଭାବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧିବଦ୍ଧ ଭାବେ ଜନସନଙ୍କୁ ଏଥିପାଇଁ ନିମନ୍ତ୍ରଣ କରିଛନ୍ତି। ନଭେମ୍ବର ୨୭ରେ ଜନସନଙ୍କ ସହିତ ଫୋନ୍‌ରେ ଆଲୋଚନାବେଳେ ମୋଦୀ ଏହି ପ୍ରସ୍ତାବ ଦେଇଥିଲେ; ତେବେ ବ୍ରିଟିଶ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ଜନସନଙ୍କ ଗସ୍ତ ସମ୍ପର୍କ​‌ରେ କିଛି ସୂଚନା ମିଳି ନାହିଁ। ଜନସନ ଶୀଘ୍ର ଭାରତ ଗସ୍ତରେ ଆସିବା ପାଇଁ ଆଗ୍ରହୀ ଥିବା ଉଚ୍ଚାୟୁକ୍ତଙ୍କ ପକ୍ଷରୁ କୁହାଯାଇଛି। ଜନସନ ଯଦି ନିମନ୍ତ୍ରଣ ରକ୍ଷା କରନ୍ତି; ତେବେ ଦୀର୍ଘ ୨୭ବର୍ଷ ବ୍ୟବଧାନରେ ସେ ହେବେ ପ୍ରଥମ ବ୍ରିଟିଶ ପ୍ରଧାନମନ୍ତ୍ରୀ। ଶେଷ ଥର ପାଇଁ ୧୯୯୩ରେ ଜନ ମେଜର ଜାନୁଆରୀ ୨୬ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହୋଇଥିଲେ। ଜନସନ ମଧ୍ୟ ମୋଦୀଙ୍କୁ ଆସନ୍ତା ବର୍ଷ ବ୍ରିଟେନ୍‌ରେ ହେବାକୁଥିବା ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି।

ଏହି ସମ୍ପର୍କରେ ବ୍ରିଟିସ ଉଚ୍ଚାୟୁକ୍ତ ପ୍ରବକ୍ତା ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। କିନ୍ତୁ ଏହା ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିଶ୍ ଜନ୍‌ସନ୍‌ କିନ୍ତୁ ଭାରତ ଆସିବା ପାଇଁ ଇଚ୍ଛୁକ ଅଛନ୍ତି ବୋଲି ସେ ଜଣାଇଛନ୍ତି।

- Advertisement -

 

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories