www.samajalive.in
Monday, December 8, 2025
20.1 C
Bhubaneswar

ଫ୍ରାନ୍ସରେ ପହଞ୍ଚିଲେ ବାୟୁସେନା ଅଧିକାରୀ; ଚାରି ସପ୍ତାହ ମଧ୍ୟରେ ଆସିବ ଆଉ ୪ ରାଫାଲ

ଆସନ୍ତା ୪ ସପ୍ତାହ ମଧ୍ୟରେ ଭାରତରେ ପହଞ୍ଚିବ ଦ୍ବିତୀୟ ପର୍ଯ୍ୟାୟରେ ୪ ରାଫାଲ ବିମାନ । ଏହି ବିମାନକୁ ଆଣିବା ନିମନ୍ତେ ଭାରତୀୟ ବାୟୁସେନା ଦଳ ଫ୍ରାନ୍ସରେ ପହଞ୍ଚିଛି । ଏହି ବାୟୁସେନା ପ୍ରତିନିଧି ଦଳ ବିମାନ ଅଣାଯିବା ନେଇ ଲଜିଷ୍ଟିକ ବିଷୟକୁ ଅନୁଧ୍ୟାନ କରିବ । ଏହା ସହ ପୂର୍ବରୁ ଫ୍ରାନ୍ସର ସେଣ୍ଟ ଡ଼ିସିଅର ବାୟୁସେନା କେନ୍ଦ୍ରରେ ତାଲିମ ନେଉଥିବା ପାଇଲଟମାନଙ୍କ ପ୍ରଶିକ୍ଷଣ ସମ୍ପର୍କରେ ମଧ୍ୟ ସମୀକ୍ଷା କରିବା ସହ ବିମାନ ଅଣାଯିବାକୁ ବ୍ୟବସ୍ଥା କରିବ । ପ୍ରଥମ ପର୍ଯ୍ୟାୟରେ ୫ଟି ରାଫାଲ ବିମାନ ଜୁଲାଇ ୨୯ରେ ଭାରତରେ ପହଞ୍ଚିଥିଲା । ପ୍ରାୟ ଚାରି ବର୍ଷ ପୂର୍ବେ  ୩୬ ଟି ରାଫାଲେ  ବିମାନ କିଣିବା ପାଇଁ ଭାରତ ଫ୍ରାନ୍ସ ସହିତ ଏକ ଚୁକ୍ତି କରିଛି।

ବାୟୁସେନା ପକ୍ଷରୁ କୁହାଯାଇଛି ଯେ  ରାଫାଲ ପ୍ରକଳ୍ପର ଅଗ୍ରଗତି ଉପରେ ଯାଞ୍ଚ ରଖିବା ପାଇଁ ଜାନୁଆରୀରୁ ଅନେକ ବାୟୁସେନା ଦଳ ଫ୍ରାନ୍ସ ଗସ୍ତ କରିଛନ୍ତି। ବାୟୁସେନାର ରାଫେଲ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଟିମର ପ୍ୟାରିସରେ ଏକ କାର୍ଯ୍ୟାଳୟ ଅଛି ଯାହା ଗ୍ରୁପ୍ କ୍ୟାପଟେନ ପଦବୀର ଜଣେ ଅଧିକାରୀଙ୍କ ଦ୍ୱାରା ପରିଚାଳିତ | ଆସିଷ୍ଟାଣ୍ଟ ଚିଫ୍ ଏୟାର ଷ୍ଟାଫ୍ (ପ୍ରୋଜେକ୍ଟ) ଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଦଳ ଏହି ସପ୍ତାହ ପୂର୍ବରୁ ଫ୍ରାନ୍ସରେ ପହଞ୍ଚିଥିଲେ। ରାଫେଲ ବିମାନର ପ୍ରଥମ ବ୍ୟାଚ୍ ୧୦ ସେପ୍ଟେମ୍ବରରେ ବାୟୁସେନାରେ ଭର୍ତ୍ତି କରାଯାଇଥିଲା । ସେହିପରି ଖୁବ୍ ଶୀଘ୍ର ଆଉ ୪ ବିମାନ ଭାରତ​‌ରେ ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories