www.samajalive.in
Monday, December 8, 2025
27.1 C
Bhubaneswar

ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ ଦାବିରେ ଥାନା ଘେରାଉ

ରେଙ୍ଗାଲିକ୍ୟାମ୍ପ:ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଲାସ୍ତଲା ଗ୍ରାମର ଜୟନ୍ତ ବାଗ ନାମକ ଜନୈକ ବ୍ୟକ୍ତି ରାତିରେ ଶୌଚ କରିବାକୁ ଯାଇଥିବା ସମୟରେ ସେ ମାଛ ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ତାଙ୍କୁ ପ୍ରବଳ ମାଡ଼ ମାରିବାରୁ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନାହିଁ। ଅଭିଯୁକ୍ତମାନଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ ଦାବିରେ ଆଜି ଆଦିବାସୀ, ଓବିସି ଏବଂ ଦଳିତ ସେନା ପକ୍ଷରୁ ଅତାବିରା ଥାନା ଘେରାଉ କରାଯାଇଥିଲା।
ଲସ୍ତଲା ଗ୍ରାମର ଜୟନ୍ତ ବାଗ ରାତିରେ ଶୌଚକାମ ଶେଷ କରି ଫେରୁଥିବା ବେଳେ ତାଙ୍କୁ ମାଛ ଚୋରି ଅଭିଯୋଗରେ ଗୋଟିଏ ହୋଟେଲକୁ ନେଇ ସେଠାରେ ବାନ୍ଧି ପ୍ରବଳ ମାଡ଼ ମାରିଥିଲେ। ତାଙ୍କୁ ଲୁହା ଛଡରେ ପିଟିବା ସହ ଚୋରି ଅପରାଧ ସ୍ବୀକାର ନକଲେ ଗୋଡ଼ ହାତ ଭାଙ୍ଗି ଦେବୁ ବୋଲି ଧମକ ଦେଇଥିଲେ। ସକାଳେ ଖବର ପାଇ ଜୟନ୍ତର ସ୍ତ୍ରୀ ସେଠାକୁ ଯାଇ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ ଏବଂ ଅତାବିରା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଜୟନ୍ତକୁ ଚିକିତ୍ସା ପାଇଁ ପ୍ରଥମେ ଅତାବିରା ଡ଼ାକ୍ତରଖାନାକୁ ପଠାଇଥିଲେ କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି।
ଦଳିତ ଆଦିବାସୀ ସଂଘର ରାଜ୍ୟ ସଭାପତି ଗୋବର୍ଦ୍ଧନ ଭୁଏଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ମହିଳା ପୁରୁଷ ଜାତୀୟ ରାଜପଥ ଉପରେ ଶାନ୍ତି ଶୋଭାଯାତ୍ରାରେ ଆସି ଥାନା ଘେରାଉ କରିଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏଥିରେ ସଂଘର ଜିଲା ସମ୍ପାଦକ ଗୋବିନ୍ଦ ବରିହା, ଜିଲା ସମ୍ପାଦକ ସଞ୍ଜୟ ଜରାଜରିଆ, ଅତାବିରା ବ୍ଲକ ସଭାପତି ଭୂଷଣ ବିଶ୍ବାଳ, ସମ୍ପାଦକ ନିରଞ୍ଜନ ବାର୍ଲ୍ଲା, ପଦମପୁର ବ୍ଲକ ସଭାପତି ବାମନ ଧାରୁଆ,ଗାଇସିଲେଟ ସମ୍ପାଦକ ଗୋପାଳ ଭୁଏ,ରବି ସାହୁ ,ତ୍ରିଲୋଚନ ଭୁଏ, ଗୋପାଲ୍ ଚନ୍ଦ୍ର ଭୁଏ ପ୍ରମୁଖ ଙ୍କ ସହ ଶତାଧିକ ମହିଳା ପୁରୁଷ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories