www.samajalive.in
Monday, December 8, 2025
20.1 C
Bhubaneswar

ବୁଲା ଗାଈଗୋରୁଙ୍କ ପାଇଁ ଟ୍ରାଫିକ୍ ସମସ୍ୟା: ୭ ଦିନରେ ୧ ମୃତ, ୨ ଗୁରୁତର

ରେଙ୍ଗାଲି: ଗାଈଗୋରୁଙ୍କୁ ଗୋମାତା ଗୋରୁ ବିଷ୍ଣୁ ବୋଲି ଆଖ୍ୟାୟିତ କରଯାଇଛି। ହିନ୍ଦୁ ଧର୍ମରେ ଗାଈଗୋରୁଙ୍କୁ ବିଭିନ୍ନ ସମୟରେ ପୂଜା କରିବାର ବିଧି ରହିଛି। ତେବେ ଆଧୁନିକତାର ଚାକଚକ୍ୟ ଓ ପାଶ୍ଚାତ୍ୟ ସଭ୍ୟତାରେ ଆକ୍ରାନ୍ତ ଆମ ସମାଜରେ ଗୋପାଳକମାନେ ଗାଈଗୋରୁଙ୍କୁ ଗୁହାଳରେ ନରଖି ବୁଲିବା ପାଇଁ ଛାଡି ଦେଉଛନ୍ତି । ଦିନରାତି ବାରବୁଲା ହୋଇ ବୁଲୁଛନ୍ତି ଗାଈଗୋରୁ। ଏଭଳି ଅବସ୍ଥା ରେଙ୍ଗାଲିରେ ମଧ୍ୟ ଦେଖିବାକୁ ମିଳୁଛି। ଏଥିଯୋଗୁଁ ରେଙ୍ଗାଲିରେ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଗାଈଗୋରୁ ସମ୍ବଲପୁର-ରାଉରକେଲା ରାଜ୍ୟ ରାଜପଥର ବିଭିନ୍ନ ଛକ ଓ ରାସ୍ତାରେ ଗୋଠ ମାଡି ରହୁଥିବାର ଦେଖିବାକୁ ମିଳୁଛି । ଏଥିଯୋଗୁଁ ବିଗତ ଦିନରେ ଗାଡି ଧକ୍କାରେ ଅନେକ ଗାଈଗୋରୁ ମୃତ ଓ ଆହତ ହୋଇଥିବାର ଜଣାପଡିଛି। ସବୁଠାରୁ ପରିତାପ ଓ ବିଡମ୍ବନାର ବିଷୟ ଯେ, ଦୁର୍ଘଟଣାରେ ଗାଈଗୋରୁ ମୃତାହତ ହେଉଥିଲେ ମଧ୍ୟ ସେମାନଙ୍କୁ ପାଳନ କରିଥିବା ଗୋପାଳକଙ୍କ ଦେଖା ଦର୍ଶନ ମିଳୁନାହିଁ। ଗତ କିଛିଦିନ ତଳେ ଏଭଳି ଅଭାବନୀୟ ଘଟଣା ତହସିଲ ଛକ ଓ ରାମଚନ୍ଦ୍ର ନଗର ଛକରେ ଘଟିଥିବା ବେଳେ ଗୋପାଳକ ନ ଆସିବାରୁ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାଧୀନ ଏକତା ସଙ୍ଗଠନର ସ୍ବେଚ୍ଛାସେବୀ ହରିଶ ସାହା ଓ ତାଙ୍କ ସହଯୋଗୀ ମୃତାହତ ଗୋରୁଙ୍କୁ ଉଦ୍ଧାର କରି ଆହତ ଗୋରୁଙ୍କ ଚିକିତ୍ସା ଓ ମୃତ ଗୋରୁଙ୍କ ବିଧିମତେ ସତ୍କାର କରିଥିବା ଜଣାପଡିଛି । ଗତ ୭ ଦିନ ମଧ୍ୟରେ ଗାଡି ଧକ୍କାରେ ରେଙ୍ଗାଲି ତହସିଲ ଛକରେ ଗୁରୁତର ଆହତ ହୋଇଥିବା ଦୁଇ ଗୋରୁଙ୍କୁ ହରିଶ ଏବଂ ତାଙ୍କ ସହଯୋଗୀ ଉଦ୍ଧାର କରି ଚିକିତ୍ସା କରାଇଥିବା ବେଳେ ରାମଚନ୍ଦ୍ରନଗର ଛକରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଏକ ଗୋରୁର ସତ୍କାର କରିଥିବା ଜଣାପଡିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories