www.samajalive.in
Monday, December 8, 2025
27.1 C
Bhubaneswar

କଚ୍ଛପ ଗତିରେ ଚାଲିଛି ନିର୍ମାଣ କାମ; କେବେ ସମ୍ପୁର୍ଣ ହେବ ରେଙ୍ଗାଲି ଉପ-ବଜାର ପ୍ରାଙ୍ଗଣ ?

ରେଙ୍ଗାଲି: କୃଷି ଏବଂ କୃଷକ ମାନଙ୍କର ସମସ୍ୟା ତଥା ସ୍ୱାର୍ଥ ରକ୍ଷା ପାଇଁ ସର୍ବଦା ଅଗ୍ରାଧିକାର ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ପ୍ରକୃତ କ୍ଷେତ୍ରରେ ଏହାର ବିପରିତ ଚିତ୍ର ଦେଖିବାକୁ ମିଳୁଛି। ରେଙ୍ଗାଲିରେ ଗତ ୩ବର୍ଷ ହେଲା ଅଧାପନ୍ତରିଆ ରେ ପଡିଥିବା ବଜାର ଉପ-ପ୍ରାଙ୍ଗଣ ଏହାର ଏକ ଜ୍ୱଳନ୍ତ ଉଦାହରଣ ଅଟେ। ଅସଂଖ୍ୟ ଖାଳଖମାରେ ପରିପୂର୍ଣ ହୋଇ ପଡିଥିବା ରେଙ୍ଗାଲି ଉପ-ବଜାର ପ୍ରାଙ୍ଗଣ ପାଚେରି କାମ ଅଧାରେ ରେ ପଡିରହିଛି। ଅଫିସ ଗୃହ ଅଛି କିନ୍ତୁ ସାମ୍ନାରେ ପର୍ଟିକୋ ନାହିଁ । ଫଳରେ ଲୋକେ ଅଫିସ ସମ୍ନାରେ ଖରାରେ ଠିଆ ହେବା ପାଇଁ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବଜାର ପ୍ରାଙ୍ଗଣ ପରିସର ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ଖାଳରେ ମାଟି ଫିଲିଂ କରି ସମତଳ କରାଯିବା ସହିତ କଂକ୍ରିଟ କରି ଧାନ ବୋଝେଇ ଗାଡି ଯିବା ଆସିବା ପାଇଁ ଆପ୍ରୋଚ୍ ରାସ୍ତା ନିର୍ମାଣ କାମ କରାଯିବାର ଜରୁରୀ ଥିଲେ ମଧ୍ୟ ସେଥିପ୍ରତି କର୍ତ୍ତୃପକ୍ଷଙ୍କ ନିଘା ନାହିଁ। ବଜାର ପ୍ରାଙ୍ଗଣ ଅସମ୍ପୂର୍ଣ ଥିବାରୁ ଧାନ ବୋଝେଇ ଟ୍ରକ୍ ଟ୍ରାକ୍ଟର ସର୍ବ ସାଧାରଣ ଯାତାୟାତ କରୁଥିବା ରାସ୍ତା ପାର୍ଶ୍ବରେ ଘଣ୍ଟାଘଣ୍ଟା ଧରି ଛିଡା ହୋଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି।
ସୂଚନା ଯୋଗ୍ୟ ଯେ ଅତି ବିପର୍ଯ୍ୟସ୍ତ ଭିତ୍ତିଭୂମି ଥିବା ଏହି ବଜାର ପ୍ରାଙ୍ଗଣକୁ ରେଙ୍ଗାଲି, ସାଲଡ, ଜଙ୍ଗଲା, ଲପଙ୍ଗା, ଖିଣ୍ଡା ବମାଲୋଇ, ଠେଲକୁଲି, ଘିଚାମୁରା, ନିଶାନଭଙ୍ଗା ଆଦି ୯ଟି ପଞ୍ଚାୟତର ଚାଷୀ ଧାନ ବିକ୍ରି ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories