www.samajalive.in
Monday, December 8, 2025
20.1 C
Bhubaneswar

ଝଡବର୍ଷା ଯୋଗୁଁ ରେଙ୍ଗାଳି ଡ୍ୟାମ ଜଳଭଣ୍ଡାରରେ ବୁଡିଗଲା ଡଙ୍ଗା: ୧ ନିଖୋଜ

ଦେବଗଡ/ବାରକୋଟ: ଗୁରୁବାର ସଂଧ୍ୟାରେ ହଠାତ ଝଡବର୍ଷା ହେବାରୁ ରେଙ୍ଗାଳି ଡ୍ୟାମ ଜଳଭଣ୍ଡାରକୁ ମାଛମାରିବାକୁ ଯାଇଥିବା ୫ଜଣ ମତ୍ସ୍ୟଜୀବୀ ମାନଙ୍କର ଡଙ୍ଗା ବୁଡିଯାଇଥିବା ଜଣାପଡିଛି। ତେବେ ଉକ୍ତ ୫ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୩ ଜଣ ସୁରକ୍ଷିତ ଭାବେ କୂଳକୁ ପହଂରି ଫେରିଆସିଥିବା ବେଳେ ଦୁଃଖ ଧିବର ନାମକ ଜଣେ ମତ୍ସ୍ୟଜୀବୀକୁ ଦମକଳ ବାହୀନୀ ଉଦ୍ଧାର କରିଛି। ତେବେ ପଟୁ ଧିବର ନାମକ ଅନ୍ୟଜଣେ ମତ୍ସ୍ୟଜୀବୀ ଏବେ ମଧ୍ୟ ନିଖୋଜ ଥିବାରୁ ଦମକଳ ବାହୀନୀ ତାଙ୍କୁ ଖୋଜୁଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରୟ ସାଢେ ୪ଟା ସମୟରେ ହଠାତ ପ୍ରବଳ ବେଗରେ ପବନ ବୋହିବା ଯୋଗୁଁ ବାରକୋଟ ବ୍ଲକ ଅଧିନସ୍ଥ ବାଲିରୋଇ ନିକଟରେ ରହିଥିବା ରେଙ୍ଗାଳି ଡ୍ୟାମ ଜଳଭଣ୍ଡାର(ବ୍ରାହ୍ମଣୀ ନଦୀ)କୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀ ମାନଙ୍କର ଡଙ୍ଗା ବୁଡିଯାଇଥିଲା। ଫଳରେ ମତ୍ସ୍ୟଜୀବୀ ମାନେ ଜୀବନ ବଞ୍ଚାଇବା ପାଇଁ ପାଣିକୁ ଡିଆଁମାରିବା ସହ କୂଳକୁ ପହଁରି ଆସିବାକୁ ଉଦ୍ୟମ କରିଥିଲେ। ମାତ୍ର ବିପରିତ ଦିଗରୁ ପବନ ବୋହିବା ଯୋଗୁଁ ସେମାନେ ସହଜରେ ପହଂରିପାରିନଥିଲେ। ଏମାନଙ୍କ ମଧ୍ୟରୁ କେତେଜଣ ନିକଟରେ ଥିବା ଏକ ତାଳଗଛରେ ଦୀର୍ଘ ସମୟଧରି ଲଟକିରହିବା ପରେ ପବନ କମିବାରୁ କୂଳକୁ ପହଂରିଆସିଥିଲେ। ତେବେ ବାଲିରୋଇ ଗ୍ରାମର ପଟୁ ଧିବର ଓ ଦୂଃଖ ଧିବର ଦୀର୍ଘ ସମୟ ପର୍ଯ୍ୟନ୍ତ ନଫେରିବାରୁ ଗ୍ରାମବାସୀ ମାନେ ଏ ସମ୍ପର୍କରେ ବାରକୋଟ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ସୂଚନା ପାଇ ଦମକଳ ବାହିନୀ ଉକ୍ତ ଜଳଭଣ୍ଡାରରେ ପଶି ପହଂରି ପହଁରି କୂଳକୁ ଆସୁଥିବା ଦୁଃଖ ଧିବରକୁ ଉଦ୍ଧାର କରିଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ପଟୁ ଧିବରଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ଦମକଳ ବାହିନୀ ତାଙ୍କୁ ଖୋଜିବା ଜାରୀ ରଖିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories