www.samajalive.in
Monday, December 8, 2025
27.1 C
Bhubaneswar

କନ୍ଧମାଳରେ ଆରମ୍ଭ ହେଲା କଣ୍ଟେନମେଣ୍ଟ 

ଫୁଲବାଣୀ : ରାଜ୍ୟ ତଥା ଦେଶର ବିଭିନ୍ନ ଅଂଚଳରେ ଦ୍ୱିତିୟ ପର୍ଯ୍ୟାୟ କରୋନା ସଂକ୍ରମଣ ପୁଣି ଥରେ ବଢିବାକୁ ଲାଗିଥିବା ବେଳେ କନ୍ଧମାଳ ଜିଲାରେ ବି ଏନେଇ ପଡିଛି ପ୍ରଭାବ। କୋଭିଡ-୧୯ର ଦ୍ୱିତୀୟ ଲହର ଆଶଂକାରେ ଆଗୁଆ ସଜାଗ ହୋଇଛି କନ୍ଧମାଳ ଜିଲା ପ୍ରଶାସନ। ଗୁରବାର ଜିଲାର ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଂଚାୟତର ତୋଟାଗୁଡା ମୌଜାର ବ୍ରାହ୍ମଣସାହିର ଏକ ଅଂଚଳକୁ ଜିଲା ପ୍ରଶାସନ ଦ୍ୱାରା କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ସଂପୃକ୍ତ ଅଂଚଳରେ ଆଜି ଜଣେ କରୋନା ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସଂପୃକ୍ତ ଅଂଚଳରେ ଅସ୍ଥାୟୀ ଚେକପୋଷ୍ଟ ବସାଇବା ସହ ଅଂଚଳକୁ ଲୋକଙ୍କ ଯାତାୟତ ନିୟନ୍ତ୍ରିତ କରିବା ପାଇଁ ଚକାପାଦ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଠାକୁ ସମସ୍ତ ଯାନ ବାହାନ ଓ ଲୋକଙ୍କ ଯିବା ଆସିବା ଉପରେ ସୂଂପର୍ଣ୍ଣଭାବେ ନିଷେଧାଦେଶ ଜାରି କରାଯାଇଛି। ଏଥି ସହ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏହି ଅଂଚଳରେ ଘରକୁ ଘର ବୁଲି ନମୂନା ସଂଗ୍ରହ କରିବା ଏବଂ କୌଣସି ସଂଦିଗ୍ଧ ରୋଗୀଙ୍କୁ ପାଇଲେ ତୁରନ୍ତ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଳାପାଳ  ନିର୍ଦ୍ଦେଶ ଦେଇଛନ୍ତି। କଣ୍ଟେନମେଣ୍ଟ ଜୋନରେ ବ୍ୟାରିକେଡ ନିର୍ମାଣ ପାଇଁ ଚକାପାଦ ବିଡିଓଙ୍କୁ ନିର୍ଦ୍ଦେଶ ମିଳିଛି। ମୋଟାମୋଟି ଭାବେ ସମସ୍ତ କୋଭିଡ ପ୍ରୋଟୋକଲକୁ ଏହି ଅଂଚଳରେ ତୁରନ୍ତ ଲାଗୁ କରିବା ପାଇଁ ଜିଲାପାଳ ଆଜି ଏକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଅପରପକ୍ଷରେ ଆଜି ଜିଲାରେ ଜଣେ ନୂତନ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜିଲାରେ ଆକ୍ଟିଭ କେସ ୩ରେ ପହଂଚିଛି। ଏଥିସହ ଆଜି ସୁଦ୍ଧା ଜିଲାରେ ସମୁଦାୟ ଜରୋନା ପଜିଟିଭଙ୍କ ସଂଖ୍ୟା ୫୯୫୫ରେ ପହଂଚିଛି। ଏମାନଙ୍କ ମଧ୍ୟରୁ ୫୯୧୯ ଜଣ ସୁସ୍ଥ ହୋଇଥିବା ବେଳେ ୩୩ ଜଣ ସରକାରି ଭାବେ ମୃତ୍ୟୁବରଣ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories