www.samajalive.in
Monday, December 8, 2025
27.1 C
Bhubaneswar

୨ ଘଣ୍ଟାରେ ବିକ୍ରି ହୋଇଗଲା ରିୟଲମିର ଏହି ମଡେଲ, ଫିଚର୍ସ ଦେଖି କିଣିନେଲେ ଗ୍ରାହକ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ରିୟଲମି ନିକଟରେ ଭାରତୀୟ ବଜାରରେ ରିୟଲମି ଜିଟି ୬ଟି ସ୍ମାର୍ଟଫୋନରୁ ପରଦା ଉଠାଇଛି । ଏହି ସ୍ମାର୍ଟଫୋନ ଦେଶରେ ଜିଟି ସିରିଜକୁ ପୁଣି ନେଇଆସିଛି । ଡିଭାଇସର ପ୍ରଥମ ସେଲ୍ ଆସନ୍ତାକାଲିଠୁ ଆରମ୍ଭ ହେବ କିନ୍ତୁ ବ୍ରାଣ୍ଡ୍ ଡିଭାଇସକୁ ଶୀଘ୍ର ବିକ୍ରି କରିବା ପାଇଁ ଆଜି ଦ୍ବିପ୍ରହର ୧୨ଟାରୁ ୨ ଟା ପର୍ଯ୍ୟନ୍ତ  ବିକ୍ରି ଆରମ୍ଭ କରିଦେଇଛି । ଏହି ସେଲରେ ଫୋନ ୨ ଘଣ୍ଟା ପୂର୍ବରୁ ସୋଲ୍ଡ ଆଉଟ୍ ହୋଇଯାଇଛି ।

ରିୟଲମି ଇଣ୍ଡିଆ ଔପଚାରିକ ରୂପେ ଘୋଷଣା କରିଛି କି ରିୟଲମି ଜିଟି ନୂଆ ରେକର୍ଡ କରିଛି କାରଣ ଏହା ମାତ୍ର ୨ ଘଣ୍ଟାରେ ବିକ୍ରି ହୋଇଯାଇଛି । ଏବେ ଏହି ସ୍ମାର୍ଟଫୋନର ପ୍ରଥମ ସେଲ୍ ଆସନ୍ତାକାଲି ଦ୍ବିପ୍ରହରୁ ରିୟଲମି ଷ୍ଟୋର, ରିୟଲମି ଓ୍ବେବସାଇଟ୍ ଏବଂ ଆମାଜନ ମାଧ୍ୟମରେ ଆରମ୍ଭ ହେବ । ଏହି ଫୋନର ୮ ଏବଂ ୧୨୮ ଜିବି ଭେରିଏଣ୍ଟର ଦାମ୍ ୩୦,୯୯୯ ଟଙ୍କା ଏବଂ ୮ ଜିବି-୨୫୬ ଜିବି ଭେରିଏଣ୍ଟର ଦାମ୍ ୩୨,୯୯୯ ଟଙ୍କା । ସେହିଭଳି ୧୨ ଏବଂ ୨୫୬ ଜିବି ଭେରିଏଣ୍ଟର ଦାମ୍ ୩୫,୯୯୯ ଟଙ୍କା ଥିବାବେଳେ ୧୨ ଏବଂ ୫୧୨ ଜିବି ଭେରିଏଣ୍ଟର ଦାମ୍ ୩୯,୯୯୯ ଟଙ୍କା ରଖିଛି କମ୍ପାନୀ ।

- Advertisement -

ଏଥିରେ ଥ୍ରୀଡି କର୍ଭଡ ସ୍କ୍ରିନ୍ ଆସିଥାଏ । ୬.୭୮ ଇଞ୍ଚର ଓଏଲଇଡି ଡିସପ୍ଲେ ରହିଛି ଯାହା ଏଆଇ ପ୍ରୋଟେକ୍ସନ ସହିତ ଆସୁଛି । ଫୋନ୍ ସ୍ନାପଡ୍ରାଗନ ୭ ପ୍ଲସ ଜେନ୍ ଥ୍ରୀ ଏସଓସି  ପ୍ରୋସେସର ସହିତ ଆଣୁଛି କମ୍ପାନୀ । ଫୋନରେ ୫୫୦୦ ଏମଏଏଚର ବ୍ୟାଟେରୀ ମିଳୁଛି ଯାହା ୧୨୦ ଓ୍ବାଟ୍ ସୁପରଭୁକ୍ ଚାର୍ଜିଂକୁ ସପୋର୍ଟ କରିବ । ଏଥିରେ ୫୦ ଓ ୮ ଏମପିର କ୍ୟାମେରା ସହିତ ସେଲ୍ଫି ପାଇଁ ୩୨ ଏମପିର ଫ୍ରଣ୍ଟ୍ କ୍ୟାମେରା ରହିଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories