www.samajalive.in
Monday, December 8, 2025
27.1 C
Bhubaneswar

ପୁରୀରେ ଲାଗୁ ହେବ ୧୪୪ ଧାରା ; ଛାତରେ ଉପରେ କେହି ରଥକୁ କରିବେ ନାହିଁ ଦର୍ଶନ

ପୁରୀ : ପାଖେଇ ଆସୁଛି ରଥଯାତ୍ରା। ଚଳିତ ବର୍ଷ ମଧ୍ୟ ପୂର୍ବବର୍ଷ ଭଳି କଟକଣା ମଧ୍ୟରେ ସେବାୟତଙ୍କ ଦ୍ୱାରା ରଥଟଣା ଯିବ। ଏଥିପାଇଁ ରଥଯାତ୍ରା ପୂର୍ବରୁ ପୁରୀରେ ଲାଗୁ ହେବ କର୍ଫ୍ୟୁ। ଆସନ୍ତା ୧୧ ତାରିଖରୁ ୧୩ ତାରିଖ ଯାଏଁ ସକାଳ ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ। ରଥଯାତ୍ରା ପାଇଁ କର୍ଫ୍ୟୁ ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ରଥଯାତ୍ରା ସମୟରେ ବଡଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା ଘର ଉପରେ ରହି କେହି ମଧ୍ୟ ଦର୍ଶନ କରିପାରିବେ ନାହିଁ। କଡାକଡି ଭାବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପୁରୀ ସହରରେ ୧୪୪ ଧାରା ଲାଗୁ କରାହେବ। ରଥଯାତ୍ରାର ଗୋଟିଏ ରାତି ପୂର୍ବରୁ ଓ ତା’ପର ଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରାଯିବ। ବଡଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା ଘରର ଛାତ ଉପରେ ରହି କୌଣସି ଲୋକ ରଥଯାତ୍ରା ଦେଖିପାରିବେ ନାହିଁ। ଏହି ସମୟରେ ଲୋକେ ଘର ଭିତରେ ରହିବେ। ବଡଦାଣ୍ଡରେ ଥିବା ହୋଟେଲ ଓ ଲଜ୍‍ ଗୁଡିକରେ ଥିବା ଲୋକଙ୍କୁ ୨ ଦିନ ପୂର୍ବରୁ ଖାଲି କରାଯିବ। ସହରର ଅନ୍ୟ ହୋଟେଲ ଗୁଡ଼ିକରେ ଲୋକେ ରହିଲେ ମଧ୍ୟ ବାହାରକୁ ବାହାରି ପାରିବେ ନାହିଁ। କୌଣସି ନିୟମ ଉଲ୍ଲଘନ କରାଯିବ ନାହିଁ। ଏଥିପାଇଁ ଆବଶ୍ୟକ ପରିମାଣରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

 

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories