www.samajalive.in
Monday, December 8, 2025
20.1 C
Bhubaneswar

ରଣବୀର ଆହ୍ଲାବାଦିଆଙ୍କୁ ‘ସୁପ୍ରିମ’ ଆଶ୍ଵସ୍ତି, ଶୋ’ ପ୍ରସାରଣକୁ ଅନୁମତି

ନୂଆଦିଲ୍ଲୀ: ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ମାମଲାରେ ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କ ଶୋ’ ‘ଦି ରଣବୀର ଶୋ’ର ପ୍ରସାରଣ ପାଇଁ ଅନୁମତି ଦେଇଛନ୍ତି। ଏହା ସହିତ ଶୋ’ ସମୟରେ ମର୍ଯ୍ୟାଦା ପ୍ରତି ଧ୍ୟାନ ଦେବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ପୂର୍ବରୁ ସୁପ୍ରିମକୋର୍ଟ ରଣବୀର ଆହ୍ଲାବାଦିଆଙ୍କ ଶୋ’ ‘ଦି ରଣବୀର ଶୋ’ ଉପରେ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ କୌଣସି ବିଷୟବସ୍ତୁ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ବିରୋଧରେ ରଣବୀର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସେ ଆବେଦନ କରିଥିଲେ ଯେ, ତାଙ୍କୁ କିଛି କୋହଳ ପ୍ରଦାନ କରାଯାଉ। ସେ କହିଥିଲେ ଯେ, ଏଠାରେ ୨୮୦ କର୍ମଚାରୀ କାମ କରନ୍ତି। ଏହା ସେମାନଙ୍କର ଜୀବିକା ସହ ଜଡ଼ିତ ମାମଲା। ଏହି ଆବେଦନ ଉପରେ ଶୁଣାଣି କରି କୋର୍ଟ ତାଙ୍କ ଶୋ’ ‘ଦି ରଣବୀର ଶୋ’ର ପ୍ରସାରଣ ପାଇଁ ଅନୁମତି ଦେଇଛନ୍ତି।

 

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories