www.samajalive.in
Monday, December 8, 2025
27.1 C
Bhubaneswar

ରାଜୁ ମିଶ୍ରଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର

ଭୁବନେଶ୍ୱର : ସୃଜନ ପକ୍ଷରୁ ୫ଦିନ ଧରି ଅନୁଷ୍ଠିତ ୨୬ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ବୁଧବାର ଉଦ୍‍ଯାପିତ ହୋଇଯାଇଛି। ଉଦ୍‍ଯାପନୀ ସନ୍ଧ୍ୟାରେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ସାଧନା ପାଇଁ ବରିଷ୍ଠ ସିନେମାଟୋଗ୍ରାଫର, ନିର୍ଦେଶକ ରାଜ ଗୋପାଳ (ରାଜୁ) ମିଶ୍ରଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର-୨୦୨୦ ପ୍ରଦାନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବାବଦକୁ ଏକ ଲକ୍ଷ ଟଙ୍କା, ମାନପତ୍ର ପ୍ରଦାନ କରାଯାଇଥିଲା।

ଏହାବ୍ୟତୀତ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଯୁବଶିଳ୍ପୀ ପ୍ରଭାତ କୁମାର ସ୍ୱାଇଁ ଏବଂ ଓଡ଼ିଶୀ ସଙ୍ଗୀତ ପାଇଁ ହିମାଂଶୁ ଶେଖର ସ୍ୱାଇଁଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ଉଭୟଙ୍କୁ ୨୫,୦୦୦ ଲେଖାଏଁ ଅର୍ଥରାଶି, ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ଉତ୍ସବକୁ ପଣ୍ଡିତ ୟଶରାଜଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରାଯାଇଥିଲା।

- Advertisement -

ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାର ଶିଳ୍ପୀ ଓଡ଼ିଶୀ ନୃତ୍ୟ ସଙ୍ଗୀତ, କଥକ ନୃତ୍ୟ, ଭାରତନାଟ୍ୟମ୍‍, ସନ୍ତୁର ବାଦନ କରିଥିଲେ। ସନ୍ଥ କବୀର ସଙ୍ଗୀତରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ଶେଷ ସନ୍ଧ୍ୟାରେ ସୃଜନ ଅନୁଷ୍ଠାନର ଶିଳ୍ପୀ ଓଡ଼ଶୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରସ୍ତୁତିରେ ଥିଲା ଅନ୍ତର ରାମ। ପ୍ରଭୁ ଶ୍ରୀରାମଙ୍କ ଉପରେ ପର୍ଯ୍ୟବସିତ ଏହି ନୃତ୍ୟକୁ ନିଖୁଣଭାବେ ଶିଳ୍ପୀମାନେ ପରିବେଷଣ କରିଥିଲେ। ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ତରାନା। ଏଥିରେ ଶିଳ୍ପୀମାନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉପରେ ନୃତ୍ୟ ପରିବେଷଣ କରିଥିଲେ। ଶିଳ୍ପୀଙ୍କ ଶେଷ ପ୍ରସ୍ତୁତିରେ ଥିଲା ଅଭିନୟ। ସେମାନେ ଶ୍ରୀରାମଚନ୍ଦ୍ର କୃପାଳୁ ଭଜମନ…ପରିବେଷଣ କରିଥିଲେ। ଶିଳ୍ପୀମାନେ ଥିଲେ ରାଜଶ୍ରୀ, ରିତୁ, ଐଶ୍ୱର୍ଯ୍ୟା, ସିପ୍ରା, ରିୟଙ୍କା, ପ୍ରୀତିଶ୍ରୀ ଏବଂ ରିବଦ୍ଧିତା। କାର୍ଯ୍ୟକ୍ରମରେ ଗୁରୁ ରତିକାନ୍ତ ମହାପାତ୍ର ଏବଂ ଦେବୀପ୍ରସାଦ ମହାପାତ୍ର ସହଯୋଗ କରିବା ସହିତ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ୫ଦିନ ଧରି ଫେସ୍‍ବୁକ୍‍ ଏବଂ ୟୁ-ଟ୍ୟୁବ୍‍ରେ ସିଧା ପ୍ରସାରଣ କରାଯାଇଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories