www.samajalive.in
Monday, December 8, 2025
20.1 C
Bhubaneswar

ଚୀନ୍ କମ୍ପାନୀ ସହିତ ପ୍ରକଳ୍ପ ବାତିଲ କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ : ଲଦାଖର ଗାଲୱାନ୍ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଯବାନଙ୍କ ବଳିଦାନ ପରେ ଚୀନ ସାମଗ୍ରୀକୁ ବର୍ଜନ କରିବାକୁ ଲୋକମାନଙ୍କ ମଧ୍ୟରେ ଦାବି ଜୋରଦାର ହୋଇଛି ।ଯାହାଦ୍ବାରା ଭାରତରେ କାର୍ଯ୍ୟକରୁଥିବା ଚୀନ କମ୍ପାନିଗୁଡିକର ସ୍ଥିତି ଖରାପ ହେବାକୁ ଆରମ୍ଭ କରିଛି ।ସରକାର ବର୍ତ୍ତମାନ ଏ ସମ୍ପର୍କରେ କଡ଼ା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସରକାରଙ୍କ ପକ୍ଷରୁ ଯଥାସମ୍ଭବ ଚୀନକୁ ବୈକୋଠ କରାଯାଉଛି। ଏହି କ୍ରମରେ, ଭାରତୀୟ ରେଳ ମନ୍ତ୍ରାଳୟ ଅଧିନସ୍ଥ ଡେଡିକେଟେଡ ଫ୍ରାଇଟ କରିଡର ଅଫ୍ ଇଣ୍ଡିଆ ( ଡିଏଫସିସିଆଇଏଲ) ପକ୍ଷରୁ ଚୀନ କମ୍ପାନି ବେଜିଂ ସିଗନାଲ ଏଣ୍ଡ କମ୍ୟୁନିକେସନ ଲିଃ ଅଧିନସ୍ଥ ନ୍ୟାସନାଲ ରେଲେଓ୍ଵ ରିସର୍ଚ୍ଚ ଏଣ୍ଡ ଡିଜାଇନକୁ ଦିଆଯାଇଥିବା ପ୍ରକଳ୍ପକୁ ରଦ୍ଦ କରିଦିଆଯାଇଛି ।କାର୍ଯ୍ୟରେ ବିଶେଷ ଅଗ୍ରଗତି ହେଉନଥିବାରୁ ଏହି ପ୍ରକଳ୍ପକୁ ରଦ୍ଦ କରାଗଲା ବୋଲି ଡିଏଫସିସିଆଇଏଲ ପକ୍ଷରୁ କୁହାଯାଇଛି । ୪୭୧ କୋଟିର ଏହି ପ୍ରକଳ୍ପ ୨୦୧୬ ମସିହାରେ ଚୀନ କମ୍ପାନିକୁ ଦିଆଯାଇଥିଲା । ପ୍ରକଳ୍ପଟି ୨୦୧୯ରେ ଶେଷ ହେବାକୁ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାତ୍ର ୨୦ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଛି । ଏଣୁ ଏହାକୁ ରଦ୍ଦ କରାଗଲା ବୋଲି ଡିଏଫସିସିଆଇଏଲ ପକ୍ଷରୁ କୁହାଯାଇଛି ।

ଉଲ୍ଲେଖ ଯୋଗ୍ୟ, ପୂର୍ବ ଲଦାଖର ଗଲୱାନ ଘାଟିରେ ଦୁଇ ଦେଶ ଭାରତ ଓ ଚୀନର ଯବାନମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ସେହିପରି ଚୀନ୍ର ମଧ୍ୟ ୪୩ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories