www.samajalive.in
Monday, December 8, 2025
20.1 C
Bhubaneswar

ମୋଦୀଙ୍କୁ ରାହୁଳଙ୍କ କଟାକ୍ଷ: ଅଟଳ ଟନେଲରେ ହାତ ହଲାଇବା ଛାଡ଼ି ପ୍ରଶ୍ନର ଉତ୍ତର ଦିଅନ୍ତୁ

ପୁଣିଥରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି  । ନିଜ ଟ୍ବିଟର ହ୍ୟାଣ୍ଡଲରେ ସେ ମୋଦୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି  ଯେ ‘ପିଏମ ଜୀ,  ଏକାକୀ ଟନେଲରେ ହାତ ଖାଲି ହାତ ହଲାଇବା  ଛାଡ଼ନ୍ତୁ ଓ  ନିରବତା ଭାଙ୍ଗନ୍ତୁ।   ପ୍ରଶ୍ନଗୁଡିକର ସାମ୍ନା କରନ୍ତୁ, ଦେଶ ଆପଣଙ୍କୁ ବହୁତ ପଚାରୁଛି ।’ ଏହା ସହିତ ରାହୁଳ   ଟ୍ୱିଟରରେ ନିଜର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।


ସୂଚନାଯୋଗ୍ୟ ଯେ ଶ୍ରୀ ମୋଦୀ ଶନିବାର ହିମାଚଳ ପ୍ରଦେଶର ରୋହତଙ୍ଗରେ ବିଶ୍ୱର ସର୍ବବୃହତ ଅଟଳ ଟନେଲର ଉଦଘାଟନ କରିଛନ୍ତି। ଏହି ଟନେଲର ଲମ୍ବ ୯.୦୨ କିଲୋମିଟର , ଯାହା ମନାଲିକୁ ଲାହଲ୍ ସ୍ପିଟି ସହିତ ସଂଯୋଗ କରେ | ଏହି ଟନେଲ ଯୋଗୁଁ ମନାଲି ଏବଂ ଲାହୁଲ ସ୍ପିଟି ଭ୍ୟାଲି ବର୍ଷସାରା ପରସ୍ପର ସହିତ ସଂଯୁକ୍ତ ରହିପାରିବେ |

- Advertisement -

ଅନ୍ୟପକ୍ଷରେ  ମୋଦୀ ସରକାର ପକ୍ଷରୁ ସଂସଦରେ ଉପସ୍ଥାପିତ ୩ଟି କୃଷି ଆଇନ ଉପରେ କଂଗ୍ରେସ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି। ଏହି ନିୟମକୁ ବିରୋଧ କରି ସାଂସଦ ଶ୍ରୀ ଗାନ୍ଧୀ ପଞ୍ଜାବରେ ତିନି ଦିନ ଧରି ଏକ ଟ୍ରାକ୍ଟର ରାଲି କରି ମଙ୍ଗଳବାର ଦିନ ହରିୟାଣାରେ ପହଞ୍ଚିଛନ୍ତି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories