www.samajalive.in
Monday, December 8, 2025
20.1 C
Bhubaneswar

ଭିକାରିମୁକ୍ତ ହେବ ଶ୍ରୀକ୍ଷେତ୍ର

ପୁରୀ : ଭିକାରିମୁକ୍ତ ହେବ ପୁରୀ ସହର। ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ କରିବ ଜିଲା ପ୍ରଶାସନ। ଏଥିପାଇଁ ‘ନୀଳାଦ୍ରି ନୀଳୟ’ ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି। ଭିକ୍ଷାବୃତ୍ତି କରି ପେଟ ପୋଷୁଥିବା ଲୋକଙ୍କ ସମ୍ପର୍କରେ ଖୁବ୍‌ଶୀଘ୍ର ସର୍ଭେ କରାଯିବ। ସାମାଜିକ ସୁରକ୍ଷା ଯୋଜନାରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଯିବ। ଜିଲାପାଳ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ରବିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପୁରୀ ପୌରାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ଭିକ ମାଗୁଥିବା ଲୋକଙ୍କୁ ପ୍ରଶାସନ ନୀଳାଦ୍ରି ନୀଳୟରେ ଥଇଥାନ କରିବ। ଜିଲାର ବିଭିନ୍ନ ସ୍ଥାନରେ ୮ଗୋଟି ନୀଳାଦ୍ରି ନୀଳୟ ତଥା ଭିକାରି ପୁନର୍ବାସ ଗୃହ ନିର୍ମାଣ ପାଇଁ ସ୍ଥିର କରାଯାଇଛି। ସେସବୁ ସ୍ଥାନରେ ୫୦ଜଣ ଲେଖାଏ ଭିକାରୀଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯିବ। ସେମାନେ ପୁଣିଥରେ ଯେପରି ଭିକ୍ଷାବୃତ୍ତିକୁ ନଫେରନ୍ତି ତାହାକୁ ଦୃଷ୍ଟିରେ ରଖି ସରକାରୀ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଜିଲାପାଳ ଶ୍ରୀ ସିଂହ କହିଛନ୍ତି। ଭିକାରଙ୍କ ମଧ୍ୟରେ ରହିଥିବା ଦିବ୍ୟାଙ୍ଗ, ମାନସିକ ଅନଗ୍ରସର, ବୟସ୍କ, କୁଷ୍ଠରୋଗୀ ଏବଂ କୁଷ୍ଠରୋଗମୁକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ପ୍ରଫୁଲ ଯୋଜନାରେ ଏଭଳି କାର୍ଯ୍ୟକ୍ରମ ହାତକୁ ନେବାକୁ ପ୍ରଶାସନ ସ୍ଥିର କରିଛି। ପୌରସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ୪ଜଣ ଗୋଷ୍ଠୀ ସଂଗଠିକା ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ମିଳିତ ଭାବେ ଭିକାରି ଚିହ୍ନଟ କରିବେ। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ନେତୃତ୍ବରେ ଆଗାମୀ ୩ଠାରୁ ସର୍ଭେକାର୍ଯ୍ୟ ଆରମ୍ଭ ପାଇଁ ସ୍ଥିର କରାଯାଇଛି। ଆବଶ୍ୟକସ୍ଥଳେ ସ୍ଥାନୀୟ ଅଧିବାସୀ ଏବଂ ପୁଲିସର ସହାୟତା ନିଆଯିବ। ଦେଶର ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ପୁରୀରେ ଭିକାରିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ଚିହ୍ନଟ ପ୍ରକ୍ରିୟା ଶେଷହେବା ପରେ ଯଥାଶୀଘ୍ର ସେମାନଙ୍କୁ ନୀଳାଦ୍ରି ନୀଳୟରେ ରଖାଯିବ। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢୀ ଏବଂ ପ୍ରଫୁଲ ଯୋଜନା କାର୍ଯ୍ୟକ୍ରମ ସଂଯୋଜକ ସିଦ୍ଧାର୍ଥ ରାୟଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories