www.samajalive.in
Monday, December 8, 2025
20.1 C
Bhubaneswar

ଜିଲ୍ଲା ସ୍ୱନକ୍ଷତ୍ର ଦିବସରେ ମହୋତ୍ସବ ମଞ୍ଚ ଓ ବୁଦ୍ଧ ମନ୍ଦିରରେ ଜିଲ୍ଲାପାଳଙ୍କ ପୂଜାର୍ଚ୍ଚନା 

ବୌଦ୍ଧ : ବୌଦ୍ଧ ଜିଲ୍ଲା ଗଠନ ହେବାର ୨୬ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାରେ ଅନେକ ବିକାଶମୂଳକ କାର୍ଯ୍ୟର ଉଦଘାଟନ ହୋଇଛି। କରୋନା କଟକଣା ଯୋଗୁଁ ଚଳିତବର୍ଷ ଲୋକମାନେ ଜିଲ୍ଲା ସ୍ୱନକ୍ଷତ୍ର ଉତ୍ସବ ପାଳନରୁ ବଞ୍ଚିତ ହୋଇଥିବା ବେଳେ ଜିଲ୍ଲା ମହୋତ୍ସବକୁ ମଧ୍ୟ ବନ୍ଦ ରଖାଯାଇଛି। କିନ୍ତୁ ପରମ୍ପରା ରକ୍ଷା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହି ଅବସରରେ ମହୋତ୍ସବ ପଡିଆରେ ବୁଦ୍ଧମଣ୍ଡପଠାରେ ପୂଜାର୍ଚ୍ଚନା କରିବାପରେ ରାଜପ୍ରାସାଦ ନିକଟସ୍ଥ ବୁଦ୍ଧ ମନ୍ଦିରକୁ ପହଞ୍ଚି ଜିଲ୍ଳାର ପ୍ରତୀକ ଭଗବାନ ବୁଦ୍ଧଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସହକାରୀ ଜିଲ୍ଳାପାଳ ଅବିନାଶ ପାଣ୍ଡିଆ, ଜିଲ୍ଲା ସଂସ୍କୃତି ଅଧିକାରୀ ଶିଶିର କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି କୁମାର ଧରୁଆ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories