www.samajalive.in
Monday, December 8, 2025
27.1 C
Bhubaneswar

ଟ୍ରାଫିକ୍ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ପ୍ରତିବାଦ, ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ଆଜି ଭୁବନେଶ୍ଵର ଜିଲା ଯୁବ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ଟ୍ରାଫିକ୍ ଥାନା-୧ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଟ୍ରାଫିକ୍ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ପ୍ରତିବାଦ କରାଯାଇଥିଲା।
ଯୁବ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦୀପନ୍ବୀତା ମିଶ୍ର ନାମକ ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ ଗତ ୧୧ ତାରିଖରେ ତାଙ୍କ ଝିଅ ଏକ କାର ଯୋଗେ ସ୍କୁଲରୁ ଘରକୁ ଫେରୁଥିବାବେଳେ ଟ୍ରାଫିକ୍ ନିୟମ ଉଲଙ୍ଘନ ଅଭିଯୋଗରେ ଟ୍ରାଫିକ୍ ଥାନା (୧)ର କର୍ମଚାରୀ କାର ଡ୍ରାଇଭରକୁ ଅଟକ ରଖିଥିଲେ। ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣା ଓ ଅନ୍ୟ କର୍ମଚାରୀ ବିନା ଇ-ଚାଲାଣରେ ଜୋରିମନା ବାବଦକୁ ନଗଦ ଅର୍ଥ ପୈଠ ପାଇଁ ଦାବି କରିବା ସହିତ ଗାଡ଼ିକୁ ଛାଡ଼ିନଥିଲେ। ଗାଡ଼ି ଭିତରେ ତାଙ୍କର ୭/୮ ବର୍ଷ ବୟସର କୁନି ଝିଅ ଥିଲା।

ଟ୍ରାଫିକ୍ ପୁଲିସ ଅଧିକାରୀ ତାଙ୍କ ଝିଅର ସୁରକ୍ଷା କିମ୍ବା ଜୀବନ ପ୍ରତି ଧ୍ୟାନ ଦେଲେ ନାହିଁ । ସେ ସ୍କୁଲରୁ ଫେରୁଥିବାରୁ ଭୋକ ଓ ଶୋଷରେ ଆଉଟୁ ପାଉଟୁ ହୋଇ ଛଟପଟ ହେଉଥିଲା। ଡ୍ରାଇଭର ତାଙ୍କ ଝିଅର ଏପରି ଅବସ୍ଥା ସମ୍ପର୍କରେ ଥାନା ଅଧିକାରୀଙ୍କୁ ଅବଗତ କରିଥିଲେ, କିନ୍ତୁ ସେ କାର ଡ୍ରାଇଭରଙ୍କ କଥାକୁ କର୍ଣ୍ଣପାତ କରିନଥିଲେ। ଘଣ୍ଟାଏ ପରେ ଅଭିଭାବକ ଆସି ନଗଦ ୫୦୦ ଟଙ୍କା ପୈଠ କରିବା ପରେ ତାଙ୍କ ଗାଡ଼ି ଛଡ଼ାଯାଇଥିଲା ବୋଲି କୁହାଯାଇଛି।

- Advertisement -

ଟ୍ରାଫିକ୍ ଥାନା-୧ ଥାନା ଅଧିକାରୀଙ୍କ ପାଇଁ ଶିଶୁଟିର ଜୀବନ ବଡ଼ ନାଁ ଜୋରିମାନା ବଡ଼ ବୋଲି ଯୁବ ଏବଂ ଛାତ୍ର କଂଗ୍ରେସ କର୍ମକର୍ତ୍ତା  ପ୍ରଶ୍ନ କରିଛନ୍ତି। ଯୁବ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ଟ୍ରାଫିକ ଅଧୁକାରୀ ଶ୍ରୀ ରଣାଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ମଧ୍ୟ ମାମଲା ଦାୟର କରାଯାଇଛି। ଥାନା ଅଧିକାରୀ ଶ୍ରୀ ରଣାଙ୍କ ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

ପ୍ରଦେଶ ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର, ୟାସିର ନଓ୍ୱାଜ, ଉଦିତ୍ ପ୍ରଧାନ, ସୁଦୀପ ସାମଲ, ମନୋଜ ବିଶ୍ଵାଳ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, ମହମ୍ମଦ ଗୁଲଫାମ, ମହମ୍ମଦ ପରଭେଜ, ସନ୍ଦନ ସ୍ୱାଇଁ, ସତ୍ୟଜିତ ପଟ୍ଟନାୟକଙ୍କ ସମେତ ବହୁ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଏହି ଧାରଣାରେ ସାମିଲ ହୋଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories