ମାହାଙ୍ଗା: ମାହାଙ୍ଗା ବହୁଚର୍ଚ୍ଚିତ ଭେଡା ସାଲେପୁର ଗ୍ରାମରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ହତ୍ୟାକାରୀଙ୍କ ବିରୁଦ୍ଧରେ ଦୃଢ଼ରୁ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଖୋଜି ବାହାର କରାଯିବ ବୋଲି ସେ କହିଛନ୍ତି। ଏଥିସହ ମୃତ ମହିଳାଙ୍କ ଏକମାତ୍ର ପୁତ୍ର ମନୋଜ ଓ ଶ୍ବଶୁରଙ୍କ ସହ ଆଲୋଚନା କରି ସମସ୍ତ ପ୍ରକାର ଆଇନଗତ ସହାୟତା ଯୋଗାଇଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ମୃତକଙ୍କ ଶୁଦ୍ଧି କ୍ରିୟା ପାଇଁ ବ୍ୟକ୍ତିଗତ ଭାବେ ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ପୁତ୍ରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
Popular Categories



