www.samajalive.in
Monday, December 8, 2025
20.1 C
Bhubaneswar

ବର୍ଷାରେ ଭାଙ୍ଗିଲା ଘର; ଅସହାୟ ଅବସ୍ଥାରେ ଦୁଇ ପରିବାରର ୭ ସଦସ୍ୟ

କଲମପୁର: ସୋମବାର ସଂଧ୍ୟାରେ ଦୀର୍ଘ ଦେଢ ଘଣ୍ଟା ଧରି ଲାଗି ରହିଥିଲା ବର୍ଷା ସହିତ ପବନ ଓ ଘଡ ଘଡି। ଏହି ବର୍ଷା ଏବଂ ପବନ ପ୍ରଭାବରେ ଖଣ୍ଡିଡଙ୍ଗରୀଗୁଡା ଗ୍ରାମର ଦୁଇ ପରିବାରର ଘର ଭାଙ୍ଗିଯାଇଛି। ଯାହାରି ଫଳରେ ଅସହାୟ ହେଇ ପଡିଛନ୍ତି ଦୁଇ ପରିବାରର ୭ ସଦସ୍ୟ।

ସୋମବାର ଅପରାହ୍ନ ପ୍ରାୟ ୪ଟାରୁ ବର୍ଷା ପବନ ଆରମ୍ଭ ହୋଇଯାଇଥିଲା। ଏହି ବର୍ଷା ଓ ପବନ ର ପ୍ରଭାବରେ ଖଣ୍ଡି ଡଙ୍ଗରୀଗୁଡା ଗ୍ରାମର ଅବତାର ମାଝୀ ଏବଂ ଅଶ୍ୱିନୀ ମାଝୀଙ୍କ ଘର କାନ୍ଥ ଭାଙ୍ଗି ଯାଇଥିବା ବେଳେ ଛାତ ଭୁଷୁଡି ପଡିଛି। ଘର ଭାଙ୍ଗିଯିବା ପରେ ଏବେ ଦୁଇ ପରିବାର ବେସାହାରା ହୋଇ ପଡିଛନ୍ତି। ତୁରନ୍ତ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ସହ ଆବାସ ଯୋଜନାର ଆବଶ୍ୟକତା ରହିଛି। କିନ୍ତୁ ଏହି ଗରୀବ ପରିବାର ସରକାରଙ୍କ ଏସ.ଇ.ସି.ସି ତାଲିକାରେ ନାମ ତାଲିକା ଭୁକ୍ତ ହେଇ ନ ଥିବାରୁ ଆବାସ ଯୋଜନାରେ ସାମିଲ ହେଇ ପାରିନାହାନ୍ତି। ଅଶ୍ୱିନର ଘର ପୂର୍ବରୁ ଭାଙ୍ଗି ଯାଇଥିଲା, ସେ ଅବାତର ଘରେ ଆଶ୍ରୟ ନେଇଥିଲା। ଅଶ୍ୱିନୀ ଆବାସ ଯୋଜନାରୁ ଘର ନିର୍ମାଣ ପାଇଁ ସହାୟତା ପାଇବାକୁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଛି। କିନ୍ତୁ ସଫଳତା ପାଇନାହିଁ। ପୂର୍ବରୁ ଏସ୍‍.ଇ.ସି.ସି ତାଲିକାଭୁକ୍ତ ହୋଇଥିଲେ ମଧ୍ୟ କେଉଁ କାରଣରୁ କେଉଁ ଅଧିକାରୀ ତା’ର ନାଁକୁ ତାଲିକାରୁ ବାଦ ଦେଲେ ସେ ନେଇ ଅଶ୍ୱିନ ଅଜ୍ଞ। ଅଶ୍ୱିନ ଓ ଅବତାର ଉଭୟ ତଫସିଲ ଭୁକ୍ତ ଜନଜାତି ବର୍ଗର। ପୁଣି ଗରିବ। ଏଭଳି ସ୍ଥିତିରେ ଏହି ଉଭୟ ପରିବାରକୁ ଆବାସ ଯୋଜନାରେ ସାମିଲ ହେବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ଏବେ ବର୍ଷା ଦ୍ୱାରା ଘର ଭାଙ୍ଗିଯିବା କାରଣରୁ ଉଭୟଙ୍କ ପରିବାରର ୩ ଜଣ ନାବାଳକ ସନ୍ତାନଙ୍କୁ ନେଇ ଅସହାୟ ହୋଇପଡିଛନ୍ତି। ତେଣୁ ତୁରନ୍ତ ଏହି ଅସହାୟ ପରିବାରକୁ ସରକାରଙ୍କ ଆବାସ ଯୋଜନାରେ ସାମିଲ କରାଯାଇ ସହାୟତା ଦେବା ନେଇ ଗ୍ରାମବାସୀଙ୍କ ତରଫରୁ ପବିତ୍ର ବାଗ, ମାଧବ ସୁନାନୀ ପ୍ରମୁଖ ଗଣମାଧ୍ୟମ ଜରିଆରେ ଦାବୀ କରିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories