www.samajalive.in
Monday, December 8, 2025
27.1 C
Bhubaneswar

କନେଷ୍ଟବଳଙ୍କ ଚର୍ଚ୍ଚିତ ଭାଇରାଲ ଭିଡ଼ିଓ ଘଟଣା: ଦୁଇ ନିଲମ୍ବିତ

ବଡ଼ସାହି : ମୁରବି ବିହୀନ ବଡ଼ସାହି ଥାନାର ଦୁଇ ନିଶାଗ୍ରସ୍ତ କନେଷ୍ଟବଳଙ୍କ ଚର୍ଚ୍ଚିତ ଭାଇରାଲ ଭିଡ଼ିଓ ଚର୍ଚ୍ଚାରେ ଥିବା ବେଳେ ମୟୂରଭଞ୍ଜ ଏସପି ସ୍ମିତ ପରମାର ପୁରୁଷତ୍ତୋମ ଦାସ ଉଭୟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ କମଲ ଲୋଚନ ମହାନ୍ତ ଓ କାର୍ତ୍ତିକ ଚନ୍ଦ୍ର ପାତ୍ର। ପୁଲିସ ବିଭାଗରେ କାର୍ଯ୍ୟରତ କର୍ମଚାରୀ ହୋଇ ସର୍ବସାଧାରଣ ସ୍ଥାନରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପାଇଁ ଏସପି ଉଭୟଙ୍କୁ ନିଲମ୍ବିତ କରିଛନ୍ତି ବୋଲି ବେତନଟୀ ଏସଡ଼ିପିଓ ଲଳିତ କୁମାର ପଟ୍ଟନାୟକ କହିଛନ୍ତି।

ତିନୋଟି କ୍ଲିପ ବିଶିଷ୍ଟ ଭାଇରାଲ ଭିଡ଼ିଓର ଦୃଶ୍ୟରେ ଉଭୟ ସନ୍ଧ୍ୟା ସମୟରେ ଏକ ଦୋକାନରେ ସ୍ଥାନୀୟ ବନ୍ଧୁଙ୍କ ସହିତ ମଦ ମାଂସ ଆସର ସହିତ ଅଶ୍ଳୀଳ କଥାବାର୍ତ୍ତା କରିବା ସ୍ପଷ୍ଟ ବାରିହେଉଥିଲା। ଏନେଇ ବୁଧବାର ବିସ୍ତୃତ ଖବର କେବଳ ‘ସମାଜ’ରେ ପ୍ରକାଶ ପାଇଥିଲା। ତେବେ ଭାଇରାଲ ଭିଡ଼ିଓ ଉପରିସ୍ଥ ଅଧିକାରୀ ମଧ୍ୟ ପାଇ ଘଟଣାର ତଦନ୍ତ କରିଥିଲେ। ତଦନୁଯାୟୀ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବଡ଼ସାହି ଥାନାର ଆଇଆଇସି ପଦବୀ ୨ମାସ ଧରି ଖାଲି ପରେ ଆଇନଶୃଙ୍ଖଳା ବିପର୍ଯସ୍ତ ସାଙ୍ଗକୁ ମୁରବି ବିହୀନ ବଡ଼ସାହି ଥାନାରେ ଦୀର୍ଘବର୍ଷ ଧରି ବଡ଼ସାହି ଥାନାରେ କାର୍ଯ୍ୟରତ ଏହି ଦୁଇ ବିବାଦୀୟ କନେଷ୍ଟବଳଙ୍କ ଦୌରାତ୍ମ ବୃଦ୍ଧି ପାଇଥିଲା। ଥାନା ଅଞ୍ଚଳରେ ଚାଲିଥିବା ଚୋରା ମଦ କାରବାର, କୁକୁଡ଼ା ଲଢ଼େଇ, ଜୁଆଖେଳ ଓ ବିଭିନ୍ନ ଅପରାଧ ମୂଳକ କାର୍ଯ୍ୟରେ ଉଭୟ ଜଡ଼ିତ ନେଇ ଜନସାଧାରଣ ଅଭିଯୋଗ କରିଆସୁଥିବା ବେଳେ ପୁଲିସର ଛବି ମଧ୍ୟ ସାଧାରଣରେ ନିନ୍ଦିତ ହେଉଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories