www.samajalive.in
Monday, December 8, 2025
27.1 C
Bhubaneswar

ଆଜି ଡ. ହରେକୃଷ୍ଣ ମହତାବଙ୍କ ରଚିତ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆଜି ମଧ୍ୟାହ୍ନ ୧୨ଟାରେ ନୂଆଦିଲ୍ଲୀର ଜନପଥସ୍ଥିତ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ‘ଉତ୍କଳ କେଶରୀ’ ଡ. ହରେକୃଷ୍ଣ ମହତାବଙ୍କ ଦ୍ବାରା ରଚିତ ‘ଓଡ଼ିଶା ଇତିହାସ’ର ହିନ୍ଦୀ ଅନୁବାଦକୁ ଉନ୍ମୋଚନ କରିବେ। ଏହି ପୁସ୍ତକ ଏବେ ଓଡ଼ିଆ ଓ ଇଂରାଜୀ ଭାଷାରେ ଉପଲବ୍ଧ। ଏହାର ହିନ୍ଦୀ ସଂସ୍କରଣକୁ ଶଙ୍କରଲାଲ ପୁରୋହିତ ଅନୁବାଦ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଟକ ସାଂସଦ ଭର୍ତ୍ତୃହରି ମହତାବ ଏହି ଅବସରରେ ଉପସ୍ଥିତ ରହିବେ। ହରେକୃଷ୍ଣ ମହତାବ ଫାଉଣ୍ଡେସନ ପକ୍ଷରୁ ଏହି ହିନ୍ଦୀ ସଂସ୍କରଣ ଉନ୍ମୋଚନ କାର୍ୟ୍ୟକ୍ରମ ଆୟୋଜନ କରାଯିବ। ଡ. ହରେକୃଷ୍ଣ ମହତାବ ଭାରତୀୟ ସ୍ବାଧୀନତା ସଂଗ୍ରାମର ଜଣେ ମହାନ ବ୍ୟକ୍ତିତ୍ବ ଥିଲେ। ସେ ୧୯୪୬ରୁ ୧୯୫୦ ଏବଂ ୧୯୫୬ରୁ ୧୯୬୧ ପର୍ୟ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ୧୯୪୨ରୁ ୧୯୪୫ ପର୍ୟ୍ୟନ୍ତ ଦୁଇ ବର୍ଷରୁ ଅଧିକ ସମୟ ଧରି ଅହମ୍ମଦନଗର ଦୁର୍ଗ ଜେଲରେ ଥିବା ସମୟରେ ‘ଓଡ଼ିଶା ଇତିହାସ’ ପୁସ୍ତକ ରଚନା କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories