www.samajalive.in
Monday, December 8, 2025
27.1 C
Bhubaneswar

ରାଷ୍ଟ୍ରୀୟ ବାଳ ପୁରସ୍କାର ପ୍ରାପ୍ତ ପିଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର : ଅଧିକାର ଅପେକ୍ଷା କର୍ତ୍ତବ୍ୟ ପ୍ରତି ଅଧିକ ଗୁରୁତ୍ୱ ଦେବା ଉଚିତ

ନୂଆଦିଲ୍ଲୀ : ଅଧିକାର ଅପେକ୍ଷା କର୍ତ୍ତବ୍ୟ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର’ ପାଇଥିବା ୪୯ ଜଣ ପିଲାଙ୍କ ସହ ବାର୍ତ୍ତାଳାପ ସମୟରେ ଶ୍ରୀ ମୋଦୀ କହିଛନ୍ତି ଏତେ କମ୍‍ ବୟସରେ ଏହି ପିଲାମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ କରି ଦେଖାଇଥିବାରୁ ଏହା ତାଙ୍କୁ ବିସ୍ମିତ କରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ସେହି ପିଲାମାନେ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ସେମାନଙ୍କର ଅସୀମ ସାହସିକତାର ପ୍ରଦର୍ଶନ କରିଛନ୍ତି । ଜଣେ ବ୍ୟକ୍ତିଙ୍କୁ ତାଙ୍କର ସଫଳତା ଓ ପ୍ରଶଂସା ମଧ୍ୟରେ ସୀମିତ ହୋଇ ରହିଯିବା ଉଚିତ ନୁହେଁ, ତାଙ୍କୁ ଆହୁରି କିଛି ଯୋଗଦାନ ଦେବାକୁ ପଡ଼ିବ ବୋଲି ସର୍ବଦା ସେମାନେ ମନେରଖିବା ଉଚିତ ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ବିଭିନ୍ନ କ୍ଷେତ୍ରରେ ପିଲାମାନଙ୍କ ଦ୍ୱାରା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଥାଏ। ବାଳ ଶକ୍ତି ପୁରସ୍କାର ମଧ୍ୟ ନୂଆ ନୂଆ ଉଦ୍ଭାବନ, ସମାଜସେବା, ମେଧାବୀ ବିଦ୍ୟାର୍ଥୀ, କ୍ରୀଡ଼ା, ସାହସିକତା, କଳା ଓ ସଂସ୍କୃତି ଆଦି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଦିଆଯାଇଥାଏ। ପୁରସ୍କାର ବାବଦରେ ପଦକ, ଏକଲକ୍ଷ ନଗଦ ଟଙ୍କା, ସାର୍ଟିଫିକେଟ ଓ ମାନପତ୍ର ପ୍ରଦାନ କରାଯାଇଥାଏ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories