www.samajalive.in
Monday, December 8, 2025
17.1 C
Bhubaneswar

ଗୁରୁ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା- ବିଶ୍ଵ ସାମ୍ନା କରୁଥିବା ସମସ୍ୟାର ସମାଧାନ ବୁଦ୍ଧଙ୍କ ଆଦର୍ଶରୁ ମିଳିପାରିବ

ନୂଆଦିଲ୍ଲୀ: ସାରା ବିଶ୍ଵ ଆଜି ଅନେକ ସମସ୍ୟା ସହିତ ଲଢ଼େଇ କରୁଛି। ବିଭିନ୍ନ ରାଷ୍ଟ୍ରଙ୍କର ଭିନ୍ନ ଭିନ୍ନ ସମସ୍ୟା ରହିଛି। କିନ୍ତୁ ଏସବୁ ସମସ୍ୟାର ମୁକାବିଲା ପାଇଁ ଯେଉଁ ସମାଧାନର ବାଟ ଦରକାର ତାହା ଭଗବାନ ବୁଦ୍ଧଙ୍କ ଆଦର୍ଶରୁ ମିଳିପାରିବ। ଶନିବାର ଗୁରୁ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି। ବୌଦ୍ଧ ଧର୍ମ ଅହିଂସା ଏବଂ ଶାନ୍ତିର ବାର୍ତ୍ତା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଜିର ଦିନରେ ବୁଦ୍ଧ ନିଜର ୫ ଶିଷ୍ୟଙ୍କୁ ପ୍ରଥମ ଉପଦେଶ ଦେଇଥିଲେ। ଏହି ଦିନକୁ ସାରା ବିଶ୍ଵରେ ବୌଦ୍ଧ ଧର୍ମାବମ୍ବଲୀମାନେ ଧର୍ମଚକ୍ର ପ୍ରବର୍ତ୍ତନ ଦିବସ ରୂପେ ପାଳନ କରୁଛନ୍ତି। ହିନ୍ଦୁ ଧର୍ମରେ ଆଜିର ଦିନ ଗୁରୁ ପ୍ରତି ସମ୍ମାନ ବ୍ୟକ୍ତ କରିବାର ଦିନ, ତେଣୁ ଏହାକୁ ଭାରତରେ ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ ବାର୍ତ୍ତାରେ ଉଦବୋଧନ ଦେଇ କହିଛନ୍ତି ଯେ, ବୌଦ୍ଧ ଧର୍ମ ଲୋକଙ୍କୁ ଆଦର କରିବାର ଶିକ୍ଷା ଦେଇଥାଏ। ଲୋକମାନଙ୍କ ପାଇଁ ଆଦର କରିବା, ଗରିବଙ୍କ ପାଇଁ ଆଦର ରଖିବା, ମହିଳାମାନଙ୍କ ପାଇଁ ଆଦର ଦେବା, ଶାନ୍ତି ଏବଂ ଅହିଂସାର ଆଦର କରିବା। ଏଥିପାଇଁ ବୁଦ୍ଧଙ୍କ ଦ୍ବାରା ଦିଆଯାଇଥିବା ଶିକ୍ଷାର ପ୍ରାସଙ୍ଗିକତା ଆଜି ବି ରହିଛି। ଗୌତମ ବୁଦ୍ଧ ସାରନାଥରେ ଦେଇଥିବା ନିଜର ପ୍ରଥମ ଉପଦେଶରେ ଏବଂ ଅନ୍ୟ ଦିନଗୁଡ଼ିକରେ ଦେଇଥିବା ଉପଦେଶରେ ୨ଟି ବିଷୟରେ ଆଲୋଚନା କରିଛନ୍ତି। ତାହା ହେଉଛି ଆଶା ଏବଂ ଉଦ୍ଦେଶ୍ୟ। ବୁଦ୍ଧ ଏହି ଦୁଇଟି ମଧ୍ୟରେ ମଜଭୁତ ସମ୍ପର୍କ ଥିବା ଦେଖିଛନ୍ତି। କାରଣ ଆଶାରୁ ହିଁ ଉଦ୍ଦେଶ୍ୟ ସୃଷ୍ଟି ହୋଇଥାଏ।

- Advertisement -

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ମୁଁ ମୋ ନିଜର ଯୁବ ବନ୍ଧୁମାନଙ୍କୁ ନିବେଦନ କରିବି ଯେ, ସେମାନେ ବୁଦ୍ଧଙ୍କ ବିଚାର ସହିତ ଯୋଡ଼ି ହୁଅନ୍ତୁ। ସେମାନେ ନିଜେ ବୁଦ୍ଧଙ୍କଠାରୁ ପ୍ରେରିତ ହୁଅନ୍ତୁ ଏବଂ ଅନ୍ୟକୁ ବି ଭବିଷ୍ୟତର ରାସ୍ତା ଦେଖାନ୍ତୁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories