www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକଙ୍କ ମନ ଭିତରେ ବିଶ୍ୱାସ ରହିଛି

ପିପିଲି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକଙ୍କ ମନ ଭିତରେ ବିଶ୍ୱାସ ରହିଛି। ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାରେ ମୋଦୀ ଗ୍ୟାରେଣ୍ଟିର ଯାଦୁ କାମ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନ ରବିବାର ପ୍ରଥମେ କଣ୍ଟି ପଞ୍ଚାୟତ ଅନ୍ତର୍ଗତ ପାତ୍ରସାହି ଗ୍ରାମକୁ ପରିଦର୍ଶନ କରିଥିଲେ। ସେଠାରେ ଅଞ୍ଚଳବାସୀ ଓ ଦଳ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରେ ଆୟୋଜିତ ୧୪୪ନଂ ବୁଥ ସ୍ତରୀୟ ସମୀକ୍ଷା ବୈଠକରେ ସେ ଯୋଗଦେଇ ସଂଗଠନର ସ୍ଥିତି ସଂପର୍କରେ ସମୀକ୍ଷା କରିବା ସହ ବୁଥ କମିଟି ସଭ୍ୟମାନଙ୍କୁ ୨୦୨୪ ସାଧାରଣ ନିର୍ବାଚନ ରଣକୌଶଳର ଗୁରୁମନ୍ତ୍ର ଦେଇଥିଲେ। ଉକ୍ତ ଗ୍ରାମର ଅଧିବାସୀ ତଥା ଉକ୍ତ ବୁଥ୍‍ କମିଟି ସଭାପତି ମୁକୁନ୍ଦ ରାୟଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଭୋଜନ କରିଥିଲେ।

- Advertisement -

ଏହି ଅବସରରେ ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରକାଶିତ ଗଙ୍ଗୁଆ ନଦୀ ଓ ଦୟାନଦୀ ପ୍ରଦୂଷଣ ସଂପର୍କିତ ଏକ ସ୍ୱତନ୍ତ୍ର ରିପୋର୍ଟକୁ ପରିଷଦର ମୁଖ୍ୟ ଉପଦେଷ୍ଠା ଲେଫ୍‍ନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ଓ ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନଙ୍କୁ ପ୍ରଦାନ କରିବା ସହ ଉଭୟ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ସିଉଳା ଗ୍ରାମକୁ ଯିବା ବେଳେ ବାଟରେ କଣ୍ଟି ବଜାର, ମାଧିପୁର ଗ୍ରାମ୍ୟଛକ ଓ ପିପିଲି ହାଟଛକ ଠାରେ ଦଳୀୟ କର୍ମୀ ଓ ସମର୍ଥକମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ସିଉଳା ଗ୍ରାମରେ ଶ୍ରୀପ୍ରଧାନ ଜନ ସଂପର୍କ ପଦଯାତ୍ରାରେ ଗ୍ରାମ ପରିକ୍ରମା କରିଥିବା ବେଳେ ଗ୍ରାମର ମହିଳା, ପୁରୁଷ ଓ ଯୁବକମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ କେତେକ ଏସ୍‍ଏଚ୍‍ଜି ଗୋଷ୍ଠୀର ଉତ୍ପାଦନ କେନ୍ଦ୍ରକୁ ସେ ପରିଦର୍ଶନ କରିଥିଲେ। ପରେ ସିଉଳା ଖେଳପଡିଆ ଠାରେ ଆୟୋଜିତ ଏକ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ସେ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିବା ପରେ ଭୁବନେଶ୍ୱର ଅଭିମୁଖେ ଫେରିଥିଲେ।

ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର, ବରିଷ୍ଠ ନେତା ସାରଦା ଶତପଥୀ, ଶାରଦା ପ୍ରଧାନ, ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ବିଜେପିର କୌଶଲ୍ୟାଗଙ୍ଗ ମଣ୍ଡଳ ସଭାପତି ଶୁଭାଶିଷ ରଥ, ପିପିଲି ଏନଏସି ମଣ୍ଡଳ ସଭାପତି ସୁକାନ୍ତ ଭଟ୍ଟ, ବରିଷ୍ଠ ନେତା ସୁବୋଧ ମହାନ୍ତି, ପ୍ରଦୀପ କୁମାର ସାହୁ, ଅଭୟ ସାମନ୍ତରାୟ, ସମିତିସଭ୍ୟ ଗଦାଧର ପରିଡ଼ା, ଦୟାନିଧି ପାତ୍ର, ରମେଶ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories