www.samajalive.in
Monday, December 8, 2025
20.1 C
Bhubaneswar

ଯୁବତୀଙ୍କୁ ମାଡ ମାରି କାନଫୁଲ ଛିଡାଇ ନେବା ଘଟଣା : ଜେଲ୍‍ ଗଲା ଅଭିଯୁକ୍ତ

ପିପିଲି :ଲୁଗା ବିକ୍ରି କରିବାକୁ ଆସିଥିବା ଜଣେ ଯୁବତୀଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଚ କରି ମାଡମାରିବା ଓ ତାଙ୍କ କାନରୁ ଏକ ସୁନା କାନଫୁଲ ଛିଣ୍ଡାଇ ନେବା ଅଭିଯୋଗରେ ପିପିଲି ଥାନା ପୁଲିସ ବୁଧବାରରେ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକର ନାମ ସୂର୍ଯ୍ୟକାନ୍ତ ସାହୁ ଓରଫ ବାଟୁଆ (୨୩) । ତାରଘର ପିପିଲି ଥାନା ଅନ୍ତର୍ଗତ ସହଜପୁର ପଞ୍ଚାୟତର ରାଇଗିରିପୁର ଗ୍ରାମରେ ହୋଇଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, କେତେକ ଯୁବତୀ ସାଙ୍ଗ ହୋଇ ଲୁଗା ବିକ୍ରି କରିବାକୁ ବୁଧବାର ରାଇଗିରିପୁର ଗ୍ରାମକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବତୀଙ୍କୁ ସେଠାରେ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲା। ଏହାସହ ତାଙ୍କ ବାମପଟ କାନରୁ ଏକ ସୁନା କାନଫୁଲ ଛିଣ୍ଡାଇ ନେଇଥିଲେ । ଉକ୍ତ ଯୁବତୀଙ୍କ ସହ ଥିବା ଅନ୍ୟ ଦୁଇଜଣ ଯୁବତୀ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ସେମାନଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଛି। ଏସଂପର୍କରେ ଯୁବତୀ ଜଣକ ପିପିଲି ପୁଲିସ ଥାନାରେ ଅଭିଯୋଗ କରିବା ପରେ ଆଇଆଇସି ଶରତ କୁମାର ସାହୁଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ଅଧିକାରୀ ଏଏସ୍‍ଆଇ ବିନୟ କୁମାର ଦାସ ଅଭିଯୁକ୍ତ ଯୁବକକୁ ଗିରଫ କରିବା ସହ ତାଠାରୁ କାନଫୁଲକୁ ଜବତ କରିଥିଲେ। ଅପରାହ୍ନରେ ଅଭିଯୁକ୍ତକୁ ପୁଲିସ ପିପିଲି କୋର୍ଟକୁ ଚାଲାଣ କରିଥିବା ବେଳେ ତାକୁ ୧୪ଦିନ ପାଇଁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories