ଫୁଲବାଣୀ : ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ଗ୍ରାମ ପଞ୍ଚାୟତ ଅଧିନସ୍ତ ବାଡ଼ି ଗୁଡ଼ା ଗ୍ରାମର ପୂର୍ବତନ ସମିତି ସଭ୍ୟ ଭକ୍ତ ଚରଣ କହଁର ବୁଧବାର ଦିନ କୌଣସି ଏକ କାମରେ ଫୁଲବାଣୀ ଯାଇ ନିଜ ଘରକୁ ଫେରିବା ବେଳେ ସୁଡ୍ରୁ କୁମ୍ପା ଗ୍ରାମର ପ୍ରଶ୍ନ କୁମାର ସାହୁଙ୍କ ଘର ସମ୍ମୁଖରେ ତାଙ୍କର ବାଇକ ଦୁର୍ଘଟଣା ଘଟିବାରୁ ସେ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବାଇକ୍ ଯୋଗେ ଚିକିତ୍ସା ପାଇଁ ପ୍ରଥମେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରିଥିଲେ ।ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଉନ୍ନତମାନର ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରିଥିଲେ। ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ଯାଉଥିବା ବେଳେ ରାସ୍ତାରେ ଭକ୍ତ ଚରଣ କହଁରଙ୍କ ମୃତ୍ୟୁ ଘଟିଥିଳା।
ଏ ନେଇ ଗ୍ରାମବାସୀ ଉତ୍ତେଜିତ ହୋଇ ଶୁକ୍ରବାର ଦିନ ୩ ଟା ବେଳେ ବୌଦ୍ଧ ଫୁଲବାଣୀ ସଂଯୋଗ କରୁଥିବା ୧୫୭ ନଂ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ। ପ୍ରାୟ ୨ ଘଣ୍ଟା ଧରି ରାସ୍ତା ଅବରୋଧ ହେବା ପରେ ସଦର ଥାନା ଅଧିକାରୀ ସତିଶ ଚନ୍ଦ୍ର ନାୟକ ସମେତ ପୁଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝା ଶୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ଶୁଦ୍ଧିକ୍ରିୟା ପାଇଁ ଜେସିବି ମାଲିକ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏ ନେଇ ଥାନାରେ ୨୩୦/୨୪ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ସବଇନିସ୍ପେକ୍ଟର ସଞ୍ଜୟ କୁମାର ବିଷୋୟୀ ସୂଚନା ଦେଇଛନ୍ତି।



