www.samajalive.in
Monday, December 8, 2025
27.1 C
Bhubaneswar

ପ୍ରବଳ ଗରମରୁ ପୁଲିଂ ଅଧିକାରୀ ଚେତା ଶୂନ୍ୟ, ଡାକ୍ତରଖାନାରେ ଭର୍ତ୍ତି

ପାଟଣା : ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ମଙ୍ଗଳପୁର ବୁଥରେ ଆଜି ଭୋଟ ଗ୍ରହଣ ସରିବା ପରେ ଅଧିକାରୀମାନେ ଗ୍ରହଣ କରାଯାଇଥିବା ଭୋଟ ତଦାରଖ କରିବା ପାଇଁ ଗୃହର ଝରକା କବାଟ ବନ୍ଦ କରି କାମ କରୁଥିଲେ। ଏହି ସମୟରେ  ଜଣେ ପୁଲିଂ ଅଧିକାରୀ ଚେତାଶୂନ୍ୟ ହୋଇପଡି ଯାଇଥିଲେ। ଏଠାରେ ପ୍ରଥମ ପୁଲିଂ ଅଧିକାରୀ ଭାବେ କାର୍ଯ୍ୟରତ ବିଞ୍ଜ ବାହାଳ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଜଗବନ୍ଧୁ ନାଏକ ପ୍ରବଳ ଗରମ ହେବା କାରଣରୁ ଚେତା ଶୂନ୍ୟ ହୋଇପଡ଼ିଥିଲେ। ୧୦୮ ଯୋଗେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories