ପୋଇପାଣିରେ ୨୪ ପ୍ରହରୀ ନାମ ଯଜ୍ଞ

ପାଟଣା :  ଘଟଗାଁ ବ୍ଲକ ତୋରାଣୀପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମବାସୀ ଙ୍କ ଦ୍ଵାରା ରବିବାର ଠାରୁ ୨୪ ପ୍ରହର ଅଖଣ୍ଡ ନାମ ଯଜ୍ଞ ଧୁମଧାମରେ ଆରମ୍ଭ ହୋଇଛି। ଏଠାରେ ଚିତ୍ରଡା ର ଝିଅ ଦଳ, ବହଳାମୁଣ୍ଡା ର ଝିଅ ଦଳ, ପଣ୍ଡାଶୋଳ ଝିଅ ଦଳ, ସାନଚାଟରା ର ପୁଅ ଦଳ ଏବଂ ପଟିଆଶିମୁଳି ର ପୁଅ ଦଳ ଏଠାରେ ଆଧ୍ୟାତ୍ମିକ ପୂର୍ଣ୍ଣ ପରିବେଶରେ ଅଖଣ୍ଡ ନାମ ସଂକୀର୍ତ୍ତନ ଜାରି ରଖିଛନ୍ତି। ନାମ ସଂକୀର୍ତ୍ତନ ଦେଖିବା ଶୁଣିବା ପାଇଁ ଆଖ ପାଖ ପାଟଣା ଓ ଘଟଗାଁ ବ୍ଲକ ଅଞ୍ଚଳ ରେ ଶ୍ରଦ୍ଧାଳୁ ଙ୍କ ସମାବେଶ ମଧ୍ୟରେ ଭକ୍ତ ଓ ଆଗନ୍ତୁକ ଙ୍କ ପାଇଁ ପୋଇପାଣି ଗ୍ରାମବାସୀ ଙ୍କ ପକ୍ଷରୁ ପଣା ଓ ପ୍ରସାଦ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି।

Comments are closed.