www.samajalive.in
Monday, December 8, 2025
27.1 C
Bhubaneswar

ସଂସଦ ଭବନ କ୍ୟାଣ୍ଟିନ ଖାଦ୍ୟ ମହଙ୍ଗା ହେବ

ନୂଆଦିଲ୍ଲୀ: ସଂସଦ ଭବନ କ୍ୟାଣ୍ଟିନରେ ଆଉ ଶସ୍ତାରେ ଖାଦ୍ୟ ମିଳିବ ନାହିଁ। ଏଠାରେ ପ୍ରଚଳିତ ରିଆତି ବ୍ୟବସ୍ଥାକୁ ଆଗାମୀ ବଜେଟ ଅଧିବେଶନଠାରୁ ବନ୍ଦ କରିଦିଆଯିବା ପାଇଁ ସଂସଦ ସଚିବାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ପଦକ୍ଷେପ ଦ୍ବାରା ସଂସଦ ପରିଚାଳନା ବାବଦ ଖର୍ଚ୍ଚରୁ ୮କୋଟି ଟଙ୍କା ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି। ଏତଦ୍‌ବ୍ୟତୀତ ପୂର୍ବରୁ କ୍ୟାଣ୍ଟିନ ପରିଚାଳନା ଦାୟିତ୍ବରେ ଥିବା ଉତ୍ତର ରେଳବାଇକୁ ଅବ୍ୟାହତି ଦିଆଯିବା ସହ ଭାରତୀୟ ପର୍ୟ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି)କୁ ଏହା ପ୍ରଦାନ କରାଯାଇଛି। କ୍ୟାଣ୍ଟିନରେ ଆଗକୁ ଖାଦ୍ୟର ମୂଲ୍ୟ କେତେ ହେବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ; କିନ୍ତୁ ରିଆତି ବ୍ୟବସ୍ଥା ହଟିବା ପରେ ସ୍ବାଭାବିକ ଭାବେ ସାଂସଦଙ୍କ ପାଇଁ ଖାଦ୍ୟ ମହଙ୍ଗା ହେବ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories