www.samajalive.in
Monday, December 8, 2025
27.1 C
Bhubaneswar

ପଦ୍ମଜ ପାଳ ଓ ଅମରେଶ ପଟ୍ଟନାୟକଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ ୨୦୨୦

୩ୟ କୋରାପୁଟ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ବର: ଓଡ଼ିଆ ମିଡିଆ ଆୟୋଜିତ ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭା ଭୂବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଏ ଅବସରରେ ପ୍ରସିଦ୍ଧ କଥାଶିଳ୍ପୀ ପଦ୍ମଜ ପାଳ ଓ ଜଣାଶୁଣା କବି ଅମରେଶ ପଟ୍ଟନାୟକଙ୍କୁ ଚଳିତ ବର୍ଷ ପାଇଁ କୋରାପୁଟ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୨୧ ହଜାର ଟଙ୍କା, ମାନପତ୍ର, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଉତ୍ସବରେ ପ୍ରସିଦ୍ଧ ଔପନ୍ୟାସିକ ବିଭୂତି ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ କବି ହରପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଓଡ଼ିଆ ମିଡିଆ ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା।

ଏ ଅବସରରେ ଇଂରାଜୀ କବିତା ସଂକଳନ ‘ଏ ଲଷ୍ଟ୍‌ ହେଭେନ୍’ ପାଇଁ ଚଳିତ ବର୍ଷର ପେନ୍‌ ଇନ୍‌ ବୁକ୍ସ ବେଷ୍ଟ୍‌ ସେଲର୍‌ ପୁରସ୍କାର କବି କଳ୍ପାଶା ଅଙ୍କିତା ଶଙ୍କ ଦିଆଯାଇଥିଲା। ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ୫ଟି ବହି ଏ ଅବସରରେ ଉନ୍ମୋଚିତ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବ ପରେ ଉଭୟ ପୁରସ୍କାର ପ୍ରାପକଙ୍କ ସହ ଏ ସାକ୍ଷାତକାର ସଂପାନ ଅନୁଷ୍ଠିତ ହୋଇଥିଲା। ଅମରେଶ ପଟ୍ଟନାୟକଙ୍କ ସହ ବରିଷ୍ଠ କବି ରକ୍ଷକ ନାୟକ ସାକ୍ଷାତକାର କରିଥିବା ବେଳେ ପଦ୍ମଜପାଳଙ୍କୁ ପ୍ରଶ୍ନ ପଚାରିଥିଲେ କବି ଓ ସମାଲୋଚକ ଜ୍ଞାନୀ ଦେବାଶିଷ ମିଶ୍ର।

- Advertisement -

ଏହା ପରେ ‘ଓଡ଼ିଆ କାହାଣୀ: ସମସାମୟିକ ଓ ଶାସ୍ତ୍ରୀୟ’ ଶୀର୍ଷକ ଏକ ସଂପାନରେ ଦାଶ ବନହୁର, ଡ ଗୌରହରି ଦାସ, ସରୋଜିନୀ ସାହୁ ଓ ପରେଶ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ। ଏହି ସଂପାନ ପରିଚାଳନା କରିଥିଲେ ଅମରେଶ ବିଶ୍ବାଳ। ପରେ ପରେ ‘ଓଡ଼ିଆ କବିତା: ବିବିଧତା ନା ବିଭାଜନ’ ଶୀର୍ଷକ ଆଲୋଚନାରେ କବି ପ୍ରଦୀପ ବିଶ୍ବାଳ, ଜ୍ଞାନ ହୋତା ଓ କେଦାର ମିଶ୍ର ଯୋଗ ଦେଇଥିଲେ। ଏହାକୁ ପରିଚାଳନା କରିଥିଲେ ନବଜ୍ୟୋତି ରାୟ। ଶେଷରେ ଅନୁଷ୍ଠିତ କବିତା ପାଠୋତ୍ସବରେ ୨୦ରୁ ଅଧିକ କବି ଭାଗ ନେଇଥିଲେ। ଏହାକୁ ସଂଯୋଜନା କରିଥିଲେ ଯୁବ କବି ଚକ୍ରଧର ପାତ୍ର। ଆଜିର ଉତ୍ସବକୁ ପରିଚାଳନା କରିଥିଲେ କବି ମୃତ୍ୟୁଞ୍ଜୟ ରଥ।

ଆସନ୍ତାକାଲି ଉତ୍ସବର ଦ୍ବିତୀୟ ଦିନର କାର୍ଯ୍ୟକ୍ରମ କୋରାପୁଟର ଡୁଡୁମା ଜଳପ୍ରପାତ ନିକଟରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏଥିପାଇଁ ଆଜି ସଂଧ୍ୟାରେ ଏକ ସ୍ବତନ୍ତ୍ର ବସରେ ଆଜି ଭୁବନେଶ୍ବରରୁ ୪୦ ଜଣ ଲେଖକ କୋରାପୁଟ ଅଭିମୁଖେ ବାହାରିଛନ୍ତି। ପୂର୍ବ ଦୁଇ ବର୍ଷର ଉତ୍ସବ କୋରାପୁଟରେ ହେଉଥିବା ବେଳେ ଏଥର କୋଭିଡ୍‌ କାରଣରୁ ଉଦ୍‌ଘାଟନୀ ଉତ୍ସବ ଭୁବନେଶ୍ବରରେ ହୋଇଥିଲା। ଅନୁରୂପ କାରଣରୁ ଏଥର ଉତ୍ସବକୁ ରାଜ୍ୟ ବାହାରୁ କୌଣସି ଅତିଥିଙ୍କୁ ଡକାଯାଇନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories