www.samajalive.in
Monday, December 8, 2025
27.1 C
Bhubaneswar

ଠକୁଛି ଚୀନ ମୋବାଇଲ କମ୍ପାନୀ: ଗୋଟିଏ ଆଇଏମଇଆଇ ନମ୍ବରରେ ୧୩ ହଜାରରୁ ଅଧିକ ମୋବାଇଲ

ମିରଟ୍: ପ୍ରତ୍ୟେକ ମୋବାଇଲ୍ ଫୋନରେ ଏକ ସୁରକ୍ଷା କୋଡ଼ ଥାଏ । ଏହାକୁ ଆଇଏମ୍ଇଆଇ ବୋଲି କୁହାଯାଏ । ଏହାଦ୍ବାରା ମୋବାଇଲ ବ୍ୟବହାରକାରୀଙ୍କ ସମ୍ପର୍କରେ ତଥ୍ୟ ମିଳିଥାଏ ଏବଂ ଚୋରି ହୋଇଗଲେ ଏହା ଆଧାରରେ ମୋବାଇଲ ଠାବ କରିବା ସହଜ ହୁଏ । ମୋବାଇଲ୍ ସିମ୍ ବଦଳିଲେ ମଧ୍ୟ ଇମ୍ଆଇଇ (ଇଣ୍ଟରନ୍ୟାସ୍‌ନାଲ୍‌ ମୋବାଇଲ୍‌ ଇକ୍ୟୁମ୍‌ମେଣ୍ଟ ଆଡେଣ୍ଟିଟି) ବଦଳି ପାରେ ନାହିଁ । ଯାହା ଫଳରେ ମୋବାଇଲ ବ୍ୟବହାର ହେଉଥିବା ସ୍ଥାନ ଓ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ମିଳିପାରେ । ଏହି ନମ୍ବରକୁ ବ୍ୟବହାର କରି ବହୁ ଅପରାଧ ସମାଧାନ ହୋଇଥିବାର ନଜିର ରହିଛି । ମାତ୍ର ଉତ୍ତରପ୍ରଦେଶ ପୁଲିସ ହାତରେ ଲାଗିଛି ଆଉ ଏକ ଭୟଙ୍କର ତଥ୍ୟ । ଏକ ଚୀନ କମ୍ପାନୀର ପ୍ରାୟ ୧୩୫୦୦ ମୋବାଇଲର ଗୋଟିଏ ଆଇଏମ୍ଇଆଇ ନମ୍ବର ରହିଥିବା ଠାବ କରିଛି ଉତ୍ତରପ୍ରଦେଶ ଅପରାଧ ନିୟନ୍ତ୍ରଣ ଶାଖା ।

ମିରଟ୍‌ ଏସ୍‌ପି ଅଖିଲେଶ ସିଂହ କହିଛନ୍ତି ଯେ ଜଣେ ପୁଲିସ ଅଧିକାରୀ ଏକ ଚୀନ୍  କମ୍ପାନୀର  ନୂଆ ମୋବାଇଲ୍‌ ଫୋନ୍‌ କିଣିଥିଲେ। ତାହା ଖରାପ ହେଉଥିବାର ବାରମ୍ବାର ସଜଡ଼ା ଯିବା ସତ୍ତ୍ବେ ଠିକ୍‌ ଭାବେ କାମ କରୁନଥିଲା। ଏଥିପାଇଁ ସେହି ପୁଲିସ ଅଧିକାରୀ ଜଣକ ମୋବାଇଲ୍‌ ଫୋନ୍‌ ସଜାଡ଼ିବା ପାଇଁ ସାଇବର କ୍ରାଇମ୍‌ର ଜଣେ କର୍ମଚାରୀଙ୍କୁ ଦେଇଥିଲେ ଏବଂ ଏହାକୁ ପରୀକ୍ଷା କରି ଜଣାଇବାକୁ କହିଥିଲେ। ସାଇବର୍‌ କ୍ରାଇମ୍‌ ସେଲ୍‌ ପକ୍ଷରୁ ସେହି ପୁଲିସ ଅଧିକାରୀ ଦେଇଥିବା ମୋବାଇଲ୍‌ ଫୋନ୍‌ର ୟୁନିକ୍‌ ଆଇଏମ୍‌ଇଆଇ ପରୀକ୍ଷା କରାଯିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ୧୩,୫୦୦ରୁ ଅଧିକ ମୋବାଇଲ୍‌ ଫୋନ୍‌ରେ ସମାନ ଆଇଏମ୍‌ଇଆଇ କାର୍ଯ୍ୟ କରୁଥିବା ଜଣାପଡ଼ିଥିଲା। ପ୍ରାଥମିକ ତଦନ୍ତୁ ଜଣାପଡ଼ିଛି ଯେ ମୋବାଇଲ୍‌ କମ୍ପାନୀଗୁଡ଼ିକର ଅବହେଳା ଓ ଅସାବଧାନତା ଯୋଗୁ ଅପରାଧୀମାନେ ଏହାର ଫାଇଦା ନେଉଛନ୍ତି ଏବଂ ସମାନ ୟୁନିକ୍‌ ଆଇଏମ୍‌ଇଆଇ ନମ୍ବର ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଛନ୍ତି। ଏଥିପାଇଁ ମିରଟ୍‌ ପୁଲିସ ପକ୍ଷରୁ ନିଜଆଡୁ ଏକ ମାମଲା ରୁଜୁ କରିଛି ଏବଂ ସାଇବର କ୍ରାଇମ୍‌ର ବିଭିନ୍ନ ଦଫାରେ ଅପରାଧୀଙ୍କୁ ଗିରଫ କରିବା ପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରାଯାଇଛି।

- Advertisement -

ସୂଚନାଯୋଗ୍ୟ ଯେ ୧୯୧୭ରେ ଟେଲିକମ୍ ରେଗୁଲେଟେରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ଏକ ବିଜ୍ଞପ୍ତି ଜାରି କରିଥିଲା । ଏଥିରେ ସବୁ ସ୍ମାର୍ଟଫୋନ୍ କମ୍ପାନୀ ପ୍ରତି ମୋବାଇଲ୍ ନିମନ୍ତେ ଅଲଗା ଅଲଗା ଆଇଏମ୍ଇଆଇ ନମ୍ବର ଦେବାକୁ ବାଧ୍ୟତାମୂଳକ କରିଥିଲା । ଏହାର ଅନୁପାଳନ ନ କଲେ ବା ଏହାକୁ ଟ୍ୟାମ୍ପରିଂ କଲେ ୩ ବର୍ଷ ନିମନ୍ତେ ଜେଲ ପ୍ରାବଧାନ ରହିଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories