ଓସ୍କାର ଦୌଡରେ କ୍ଷୁଦ୍ର ଚଳଚ୍ଚିତ୍ର ‘ଅନୁଜା’

ନୂଆଦିଲ୍ଲୀ : ନିର୍ଦ୍ଦେଶକ ଏଡମ ଜେ ଗ୍ରେଭ୍ସଙ୍କ ହିନ୍ଦୀ ଭାଷାରେ ନିର୍ମିତ ଆମେରିକୀୟ ସିନେମା ‘ଅନୁଜା’ ଓସ୍କାର ୨୦୨୫ ଦୌଡରେ ସାମିଲ ହୋଇଛି । ସିନେମାକୁ ଲାଇଭ୍ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ମନୋନୀତ କରାଯାଇଛି । ପ୍ରିୟଙ୍କ ଚୋପ୍ରା ଏହି ସିନେମାର କାର୍ଯ୍ୟନିର୍ବାହୀ ପ୍ରଯୋଜକ ଭାବେ ଦାୟିତ୍ବ ବହନ କରିଥିଲେ । ସିନେମା ଏକ ୯ ବର୍ଷୀୟ ଝିଅର ସଂଘର୍ଷମୟ କାହାଣୀ ଉପରେ ଆଧାରିତ ଯିଏ ନିଜ ବଡ ଭଉଣୀ ପଲକ ସହିତ ଏକ କପଡା କାରଖାନାରେ କାମ କରୁଛି । ଫିଲ୍ମରେ ୯ ବର୍ଷୀୟ ଅନୁଜାର ସଂଘର୍ଷମୟ ଯାତ୍ରା ଦେଖିବାକୁ ମିଳୁଛି ।

Comments are closed.