www.samajalive.in
Monday, December 8, 2025
27.1 C
Bhubaneswar

କରୋନା ମୁକାବିଲା ପାଇଁ ଅନ୍‌ଲାଇନରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଜାତୀୟ ସେବା ଯୋଜନା ଏବଂ ୟୁନାଇଟେଡ ନେସନସ୍‌ ଫଣ୍ଡ ଫର ପପୁଲେସନ ଆକ୍ଟିଭିଟିର ମିଳିତ ଆନୁକୂଲ୍ୟରେ ବୁଧବାର ରାଜ୍ୟରେ ଥିବା ୩୮୯ ଏନ୍‌.ଏସ୍‌.ଏସ୍‌. କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ବେଚ୍ଛାସେବୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ  ଅନ୍‌ଲାଇନ୍‌ ଭିଡିଓ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଡଃ. ଦୀପକ ଶତପଥୀ ଏବଂ ଡଃ. ସୁଶାନ୍ତ ପଣ୍ଡା ୟୁ.ଏନ୍‌.ଏଫ.ପି.ଏର ପ୍ରବକ୍ତା ରୂପେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ଏଥିରେ କୋଭିଡ-୧୯ ଭୂତାଣୁ କଣ, ଏହାର ଲକ୍ଷଣ, କିପରି ବୃଦ୍ଧି ହୁଏ ଓ ବ୍ୟାପେ, ଏହାର ନିରୀକ୍ଷଣ ଓ ପ୍ରତିକାର, ବିଭିନ୍ନ ପ୍ରକାର ହାତସଫା, ସାମାଜିକ ଦୂରତ୍ୱ, ମାସ୍କର ବ୍ୟବହାର, ସାମାଜିକ ବୈଷମ୍ୟ ଓ ଭେଦଭାବରୁ ଦୂରେଇବା, ଆକ୍ରାନ୍ତ ଥିବା ରୋଗୀକୁ ଶ୍ରଦ୍ଧା କରିବା, ମାନସ୍କ ସ୍ତରରେ ସାହାଯ୍ୟ କରିବା, ରୋଗ ବିଷୟରେ ଭୟଭୀତ ନକରିବା, ଏଥିସହିତ ସ୍ବେଚ୍ଛାସେବୀମାନଙ୍କୁ ଲକ୍‌ଡାଉନ୍‌ ସମୟରେ ଘରୋଇ ହିଂସା କିପରି ନ ଘଟିବ ସେଥିପ୍ରତି ନଜର ଦେବାକୁ କୁହାଯାଇଥିଲା ଓ ଏହି ଦୁଃସମୟରେ ଜନବସତି ଭିତରେ ରହୁଥିବା ବୟୋଜ୍ୟେଷ୍ଠ ଓ ଅକର୍ମଣ୍ୟ ବ୍ୟକ୍ତିମାନଙ୍କ ଲାଗି ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ବା ପଦାର୍ଥ ନେବା ଆଣିବାରେ ସାହାଯ୍ୟ କରିବା, ଅବାନ୍ତର ଓ ମିଛ କଥାକୁ ବିଶ୍ୱାସ ନକରି ସରକାରଙ୍କ ନିୟମାବଳୀ ଓ ବିଶ୍ୱ ସଂସ୍ଥା ସଂଗଠନର କାର୍ଯ୍ୟାବଳୀ ଉପରେ ବିଶ୍ୱାସ କରି ତା’ର ଅନୁସରଣ କରିବା ନିମନ୍ତେ ଜନମାନସକୁ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ସ୍ବେଚ୍ଛାସେବୀମାନେ ନିଜକୁ କିପରି କୋଭିଡ ସଂଗ୍ରାମୀ ବା କୋଭିଡ ଯୋଦ୍ଧା ରୂପେ ପ୍ରସ୍ତୁତ କରି ପ୍ରଶାସନ ତଥା ସମାଜର ଆସ୍ଥା ଭାଜନ ହୋଇପାରିବେ ସେଥିପ୍ରତି ପରାମର୍ଶ ଦେବାକୁ କୁହାଯାଇଥିଲା ।

- Advertisement -

ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଶା ଉଚ୍ଚଶିକ୍ଷା ଅଧିନସ୍ଥ ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ.ଆର.ସଇଦ ନାୟକ ପୃଷ୍ଠପୋଷକତା କରିଥିବାବେଳେ ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଡଃ. ଦୀପକ କୁମାର ବେହେରା ସଂଯୋଜନା କରିଥିଲେ । ଆସିକା ବିଜ୍ଞାନ ମାହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସରୋଜ କୁପାର ପଣ୍ଡା ଏଥିରେ ସହଯୋଗ କରିଥିଲେ ।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories