www.samajalive.in
Monday, December 8, 2025
20.1 C
Bhubaneswar

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ନବରଙ୍ଗପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ଅନଲାଇନ ମାଧ୍ୟମରେ ନାବାଳିକା ମାତୃତ୍ଵ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଅଶୋକ କୁମାର ପଣ୍ଡାଙ୍କ ନିର୍ଦେଶ କ୍ରମେ ଗୁରୁବାର ଆୟୋଜିତ ଏହି ସଚେତନତା କାର୍ୟ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅନ୍ନପୂର୍ଣ୍ଣା ନାୟକ ପରିଚାଳନା କରିଥିଲେ ।

ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜର୍ଜ ପ୍ରଣୟ କୁମାର ଦାସ, ଜିଲ୍ଲା ମୁଖ୍ୟ ଚିକିସାଧିକାରୀ ଡକ୍ଟର ଚୌଧରୀ ଶୋଭାରାନୀ ମିଶ୍ର ଓ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡକ୍ଟର ଦିଲୀପ କୁମାର ଦଲାଇ, ପୂର୍ବତନ ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ସମାଜସେବୀ ମନୋରମା ମାଝୀ, ପାରାଲିଗାଲ ସ୍ଵେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣୟ କୁମାର ଦାସ ନିଜର ବକ୍ତବ୍ୟରେ ନାବାଳିକା ମାନଙ୍କ ମାତୃତ୍ୟ ସମ୍ବଧୀୟ ବିଭିନ୍ନ ଆଇନ ସମ୍ବନ୍ଧରେ କହିଥିଲେ । ସୁରେଶ ପଟ୍ଟନାୟକ ଓ ସମାଜସେବୀ ମନୋରମା ମାଝୀ ଜିଲ୍ଲାକୁ କିପରି ବାଲ୍ୟବିବାହରୁ ମୁକ୍ତ କରାଯାଇପାରିବ ଓ ଅପରିଣତ ବୟସରେ ହେଉଥିବା ଗର୍ଭବସ୍ଥାକୁ କିପରି ରୋକାଯାଇପାରିବା ଏବଂ ଏହି ସମ୍ବନ୍ଧୀୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ଆଲୋକପାତ କରିଥିଲେ । ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡକ୍ଟର ଦିଲୀପ କୁମାର ନାବାଳିକାମାନଙ୍କ ଗର୍ଭାବସ୍ଥାରେ ଶାରୀରିକ ତଥା ମାନସିକ କୁପ୍ରଭାବ ବିଷୟରେ କହିଥିଲେ । ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅନ୍ନପୂର୍ଣ୍ଣା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ୟ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories