www.samajalive.in
Monday, December 8, 2025
20.1 C
Bhubaneswar

ଅକ୍ଟୋବର ୧୨ରୁ ୧୯ ପର୍ଯ୍ୟନ୍ତ ଓଜେଇଇ

ଭୁବନେଶ୍ୱର : ପ୍ରତିଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଜେଇଇ ଅନ୍‌ଲାଇନ୍‌ ପ୍ରବେଶିକା ପରୀକ୍ଷାକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। ତେବେ ଶୁକ୍ରବାର ଓଜେଇଇ ପରୀକ୍ଷା  ପାଇଁ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ପରିବର୍ତ୍ତିତ କାର୍ଯ୍ୟସୂଚୀରେ ରାଜ୍ୟରେ ଅକ୍ଟୋବର ୧୨ରୁ ୧୯ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।
ଅକ୍ଟୋବର ୧୨ରୁ ୧୯ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଓଜେଇଇ ଅନଲଲାଇନ୍‌ ପରୀକ୍ଷା ପାଇଁ ରାଜ୍ୟର ବିଭିନ୍ନ ସହରରେ ୨୧ଟି ଏବଂ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ରାଜ୍ୟ ବାହାରେ କୋଲକତା, ରାଞ୍ଚି ଓ ପାଟନାରେ ପରୀକ୍ଷା କେନ୍ଦ୍ର କରାଯାଇଛି।
ସୂଚନାଯୋଗ୍ୟ ଚଳିତ ବର୍ଷ ଓଜେଇଇ ସମସ୍ତ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ଅନଲାଇନରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗତବର୍ଷ କିଛି ପାଠ୍ୟକ୍ରମର ପରୀକ୍ଷା ଅନଲାଇନରେ କରିଥିବା ବେଳେ ଆଉ କେତେକ ପାଠ୍ୟକ୍ରମର ପରୀକ୍ଷାକୁ ଅଫଲାଇନରେ କରାଯାଇଥିଲା। ତେବେ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଏ ବର୍ଷ ସମସ୍ତ ପରୀକ୍ଷା ଅନଲାଇନରେ କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories