www.samajalive.in
Monday, December 8, 2025
20.1 C
Bhubaneswar

ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ସ୍ଥାନ ସ୍ବତନ୍ତ୍ର

କଟକ  : ଦେଶ ସ୍ୱାଧୀନତାର ୭୫ବର୍ଷର ପୂର୍ତ୍ତି ପାଳନ ଅବସରରେ ଦେଶ ବ୍ୟାପୀ ଆଜାଦୀ କୀ ଅମୃତ ମହୋତ୍ସବ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ବର ଶାଖା ଓ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଆ ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ସଂଗ୍ରହାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ସମ୍ମିଳନୀରେ ପତ୍ରସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦେଶକ ରାଜିନ୍ଦର ଚୌଧୁରୀ ଯୋଗଦେଇ ମହାନ ସ୍ବାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ଫଳରେ ଭାରତ ମାଟିରୁ ଇଂରେଜ ଶାସକମାନେ ପଳାଇବାକୁ ବାଧ୍ୟ ହୋଇଥିଲେ ବୋଲି କହିଥିଲେ। ମହାତ୍ମା ଗାନ୍ଧୀ ଓ ନେତାଜୀ ସୁଭାଷ ବୋଷଙ୍କ ଭଳି ବହୁ ମହାମନୀଷୀ ଦେଶ ସ୍ବାଧୀନ ପାଇଁ ସଂଗ୍ରାମ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ସବୁଠାରୁ ଛୋଟ ସଂଗ୍ରାମୀ ଭାବେ ୧୨ ବର୍ଷର ପିଲା ବାଜି ରାଉତ ଇଂରେଜଙ୍କୁ ବିରୋଧ କରିଥିବା ଭାରତର ସ୍ବାଧୀନତା ସଂଗ୍ରାମ ଇତିହାସରେ ଉଲ୍ଲେଖ ଅଛି। ସେହିପରି ସ୍ବାଧୀନତା ସଂଗ୍ରାମର ବିଭିନ୍ନ ସମୟରେ ଓଡ଼ିଶାର ବହୁ ନେତା ସାମିଲ ହୋଇଥିଲେ। ମହାନ ସଂଗ୍ରାମୀ ନେତାଜୀ ସୁଭାଷଙ୍କ ଜନ୍ମସ୍ଥାନ ମଧ୍ୟ କଟକରେ; ତେଣୁ ଭାରତ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ସ୍ଥାନ ସ୍ବତନ୍ତ୍ର ବୋଲି ଶ୍ରୀ ଚୌଧୁରୀ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦେଶ ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିବା ସଂଗ୍ରାମୀମାନଙ୍କ ବଳିଦାନକୁ ମନେପକାଇବା ସହ ଏହାକୁ ଯୁବପିଢ଼ିମାନଙ୍କ ମଧ୍ୟରେ ଉଦ୍‌ଜ୍ଜୀବିତ କରି ରଖିବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି ଶ୍ରୀ ଚୌଧୁରୀ କହିଥିଲେ।
ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ନେତାଜୀଙ୍କ ସ୍ବାଧୀନତା ଆନ୍ଦୋଳନ ଉପରେ ବର୍ଣ୍ଣନା କରିବା ସହ ନେତାଜୀଙ୍କ ପାଇଁ କଟକ ମାଟି ଗର୍ବିତ ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପତ୍ର ସୂଚନା କାର୍ଯ୍ୟାଳୟର ନିର୍ଦେଶକ ଡ. ଗିରିଶ ଚନ୍ଦ୍ର ଦାଶ, ଅଧିକାରୀ ପ୍ରଦୀପ ଚୌଧୁରୀଙ୍କ ସମେତ ଅନ୍ୟ ଅଧିକାରୀ ଯୋଗ ଦେଇଥିଲା ବେଳେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ଶାସନ ସଚିବ ସଞ୍ଜୟ କୁମାର ମିଶ୍ର ଓ ନେତାଜୀ ସଂଗ୍ରହାଳୟର ଅଶ୍ବିନୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories