www.samajalive.in
Monday, December 8, 2025
20.1 C
Bhubaneswar

ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧୀରେଧୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେବ ରାଜ୍ୟରେ ୨ ଅଙ୍କ ତଳକୁ କରୋନା ସଂକ୍ରମଣ ଖସିନଥିବା ବେଳେ ଗତକାଲି ତୁଳନାରେ ଆଜି ସଂକ୍ରମିତ ସଂଖ୍ୟା ପୁଣି ବୃଦ୍ଧି ପାଇଛି । ଗତକାଲି ରାଜ୍ୟରେ ୨୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରୁ ଆଉ ୨୪ ଜଣ ଆକ୍ରାନ୍ତ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି । ଆଜିର କରୋନା ମାମଲା ରାଜ୍ୟର ୪ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି । ୨୬ ଜିଲ୍ଲା କରୋନା ମୁକ୍ତ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫ ଓ ସ୍ଥାନୀୟ ସଂକ୍ରମିତ ୯ଜଣ ରହିଛନ୍ତି ।

ଚିହ୍ନଟ ୨୪ ସଂକ୍ରମିତଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷର ୩ଜଣ ଆକ୍ରାନ୍ତ ଥିବା କୁହାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ  ୧୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ାରୁ ୫, ସୁନ୍ଦରଗଡ଼ରୁ ୩, କଟକ ଓ ଷ୍ଟେଟପୁଲରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗୋଟିଏ ଦିନରେ ରାଜ୍ୟରେ ଆଉ ୧୧ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ତୁଳନାରେ ସୁସ୍ଥତା ସଂଖ୍ୟା ହ୍ରାସ ପାଇଥିବାରୁ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ୍ କରୋନା ସକ୍ରିୟ ଆକ୍ରାନ୍ତ ସଂଖ୍ୟ ଶହେ ଟପି ୧୪୯ରେ ପହଞ୍ଚିଛି ।

- Advertisement -

 

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories