www.samajalive.in
Monday, December 8, 2025
27.1 C
Bhubaneswar

ମିଳିଲା ୧୩୦୦ ଶତାବ୍ଦୀର ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି,ଅନୁଧ୍ୟାନ କରିବ ପ୍ରତ୍ନତତ୍ତ୍ବ ବିଭାଗ

ନୂଆପଡ଼ା: ନୂଆପଡ଼ା ଜିଲା କୋମନା ବ୍ଲକ ଦେଓଧରା ପଞ୍ଚାୟତ ଅନ୍ତର୍ଗତ ଧଅଁରାଭଟା ଗ୍ରାମରେ ସେପ୍ଟେମ୍ବର ୯ ତାରିଖରେ ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ମିଳିଛି। ଏହି ମୂର୍ତ୍ତି ସୁନାରେ ନିର୍ମିତ ଓ ବହୁ ପୁରାତନ ବୋଲି ଗ୍ରାମବାସୀ ଦାବି କରୁଛନ୍ତି। ଏପରିକି ଏହି ମୂର୍ତ୍ତି ୧୩୦୦ ଶତାବ୍ଦୀର ହୋଇଥାଇପାରେ ବୋଲି କିଛି ଶିକ୍ଷାବିତ୍‌ ଆଲୋଚନା କରୁଛନ୍ତି। ତେବେ ଧଅଁରାଭଟା ଗ୍ରାମବାସୀ ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତିକୁ ରଖି ପୂଜାର୍ଚ୍ଚନା କରୁଛନ୍ତି। ଯେଉଁ ସ୍ଥାନରେ ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ମିଳିଛି ସେହି ସ୍ଥାନରେ ବହୁ ପୂର୍ବରୁ ଗ୍ରାମବାସୀ ନାଗଦେବତାଙ୍କୁ ପୂଜା କରି ଆସୁଥିଲେ। କୌଣସି କାରଣରୁ ସେଠାରେ ଖନନ କରିବାରୁ ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ମାଟିତଳୁ ମିଳିଛି। ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ସେଠରୁ ମିଳିବା ପରେ ଗ୍ରାମବାସୀ ଏ ସମ୍ପର୍କରେ ଜିଲା ପ୍ରଶାସନକୁ ଲିଖିତ ଭାବରେ ଜଣାଇଥିଲେ।

ମାଟିତଳୁ ଖନନ ବେଳେ ମିଳିଥିବା ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ସୁନା କିମ୍ବା ପିତ୍ତଳ ତାହା ଜିଲା ପ୍ରଶାସନ ପକ୍ଷରୁ ଅନୁସନ୍ଧାନ କରାଯାଇ ପଦକ୍ଷେପ ନେବାକୁ ନିବେଦନ କରାଯାଇଥିଲା। ଧଅଁରଭଟା ଗ୍ରାମରୁ ଖନନ ବେଳେ ମାଟିତଳୁ ଉଦ୍ଧାର ହୋଇଥିବା ଶିବ-ପାର୍ବତୀଙ୍କ ଯୁଗଳମୂର୍ତ୍ତିର ପ୍ରତ୍ନତାତ୍ତ୍ବିକ ଅନୁଧ୍ୟାନ ଓ ଅନୁଶୀଳନ କରାଯିବ। ଯଦି ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ସୁନାର ହୋଇଥିବ ତେବେ ତାହା ଅଧିକ ପରୀକ୍ଷଣ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ପଦକ୍ଷେପ ନେବ ବୋଲି ଜିଲାପାଳ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories