www.samajalive.in
Monday, December 8, 2025
27.1 C
Bhubaneswar

ନୀଳଗିରି ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ, ମୁଣ୍ଡଗଣ୍ଡି ଅଲଗା କରି ଫିଙ୍ଗିଦେଲେ ହତ୍ୟାକାରୀ

ନୀଳଗିରି: ଜଘନ୍ୟ ହତ୍ୟା ପରେ ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା କରି ଫିିଙ୍ଗିଦେଲେ ହତ୍ୟାକାରୀ। ଏଭଳି ଅବାବନୀୟ ଓ ଚାଞ୍ଚଲ୍ୟକର ଘଟଣା ଘଟିଛି ନୀଳଗିରି ଅଞ୍ଚଳରେ। ଏହି ଜଘନ୍ୟ ହତ୍ୟାକାଣ୍ଡରେ ଏକାଧିବ ବ୍ୟକ୍ତି ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାସ୍ଥଳରେପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖୁବଶୀଘ୍ର ହତ୍ୟାକାରୀଙ୍କୁ ଚିହ୍ନଟ ସହ ଗିରଫ କରାଯିବ ବୋଲି ପୁଲିସ ଦୃଢ଼ୋକ୍ତ ପ୍ରକାଶ କରିଛି।

ପଞ୍ଚଲିଙ୍ଗେଶ୍ବର ପାହାଡ଼ ଉପରେ ଜଣେ ଯୁବକଙ୍କ ଶରୀରର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ପଡ଼ିଥିବା ପୁଲିସ ଖବର ପାଇଥିଲା। ପୁଲିସ ତତ୍କାଳ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା। ସାଇଣ୍ଟିଫିକ ଟିମ ସହାୟତାରେ ପଞ୍ଚଲିଙ୍ଗେଶ୍ବର ପାହାଡ଼ ଉପରୁ ଯୁବକଙ୍କ ଗଳିତ ମୃତଦେହ ପୁଲିସ ଉଦ୍ଧାର କରିଥିଲା। ପୁଲିସ ମୃତକ ଯୁବକଙ୍କ ଶରୀରଠାରୁ ୫୦ ମିଟର ଦୂରରେ ମୁଣ୍ଡ ଉଦ୍ଧାର କରିଥିଲା। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ କିଛି ଦିନ ତଳୁ ନିଖୋଜ ଥିଲେ। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତଦନ୍ତ ପରେ ହତ୍ୟାକାଣ୍ଡର ରହସ୍ୟ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories