www.samajalive.in
Saturday, December 6, 2025
26.1 C
Bhubaneswar

ନୀଳଗିରି ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ, ମୁଣ୍ଡଗଣ୍ଡି ଅଲଗା କରି ଫିଙ୍ଗିଦେଲେ ହତ୍ୟାକାରୀ

ନୀଳଗିରି: ଜଘନ୍ୟ ହତ୍ୟା ପରେ ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା କରି ଫିିଙ୍ଗିଦେଲେ ହତ୍ୟାକାରୀ। ଏଭଳି ଅବାବନୀୟ ଓ ଚାଞ୍ଚଲ୍ୟକର ଘଟଣା ଘଟିଛି ନୀଳଗିରି ଅଞ୍ଚଳରେ। ଏହି ଜଘନ୍ୟ ହତ୍ୟାକାଣ୍ଡରେ ଏକାଧିବ ବ୍ୟକ୍ତି ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାସ୍ଥଳରେପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖୁବଶୀଘ୍ର ହତ୍ୟାକାରୀଙ୍କୁ ଚିହ୍ନଟ ସହ ଗିରଫ କରାଯିବ ବୋଲି ପୁଲିସ ଦୃଢ଼ୋକ୍ତ ପ୍ରକାଶ କରିଛି।

ପଞ୍ଚଲିଙ୍ଗେଶ୍ବର ପାହାଡ଼ ଉପରେ ଜଣେ ଯୁବକଙ୍କ ଶରୀରର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ପଡ଼ିଥିବା ପୁଲିସ ଖବର ପାଇଥିଲା। ପୁଲିସ ତତ୍କାଳ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା। ସାଇଣ୍ଟିଫିକ ଟିମ ସହାୟତାରେ ପଞ୍ଚଲିଙ୍ଗେଶ୍ବର ପାହାଡ଼ ଉପରୁ ଯୁବକଙ୍କ ଗଳିତ ମୃତଦେହ ପୁଲିସ ଉଦ୍ଧାର କରିଥିଲା। ପୁଲିସ ମୃତକ ଯୁବକଙ୍କ ଶରୀରଠାରୁ ୫୦ ମିଟର ଦୂରରେ ମୁଣ୍ଡ ଉଦ୍ଧାର କରିଥିଲା। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ କିଛି ଦିନ ତଳୁ ନିଖୋଜ ଥିଲେ। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତଦନ୍ତ ପରେ ହତ୍ୟାକାଣ୍ଡର ରହସ୍ୟ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories