www.samajalive.in
Monday, December 8, 2025
20.1 C
Bhubaneswar

ଅନ୍ତର୍ଜାତୀୟ କ୍ରିକେଟରୁ ପୂରନଙ୍କ ଅବସର

ସମାଜ ଡିଜିଟାଲ ଡେସ୍କ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ମାତ୍ର ୨୯ ବର୍ଷ ବୟସରେ ପୂରନ ଅବସର ଘୋଷଣା କରି କ୍ରିକେଟ ଜଗତକୁ ଚକ୍କିତ କରିଛନ୍ତି। ଆଉ ୮ ମାସ ପରେ ଟି-୨୦ ବିଶ୍ଵକପ ଅନୁଷ୍ଠିତ ହେବାକୁ ଥିବାବେଳେ ପୂରନଙ୍କ ଏହି ନିଷ୍ପତ୍ତି ଦଳକୁ ଚିନ୍ତାରେ ପକାଇଛି।

‘ଏହି ନିଷ୍ପତ୍ତି ଅତ୍ୟନ୍ତ କଠିନ ଥିଲା। ଅନେକ ଚିନ୍ତା କରିବା ପରେ ସେ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ’ ବୋଲି ପୂରନ କହିଛନ୍ତି। ପୂରନ ୨୦୧୬ରେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ପୂରନ ୬୧ଟି ଦିନିକିଆ ଏବଂ ୧୦୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଦିନିକିଆରେ ସେ ୧୯୮୩ ରନ କରିଥିବାବେଳେ ଟି-୨୦ରେ ୨୨୭୫ ରନ କରିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories